ଜଗମୋହନ ମରାମତି କାମ ପାଇଁ ମିଳିଛି ଏଏସଆଇର ଅନୁମତି

59

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଜଗମୋହନରେ ହେବ ପକେଟ ଫ୍ରେମିଂ ଓ କଲମ କ୍ୟାପିଟାଲ, ପଥର ସୁରକ୍ଷା ଡିଜାଇନ୍ । ଏନେଇ ମିଳିଛି ଏଏସଆଇର ଅନୁମତି । ଖୁବ୍ ଶୀଘ୍ର ଆରମ୍ଭ ହେବ ଜଗମୋହନ ମରାମତି କାମ । ଜଗମୋହନ ମରାମତି ନେଇ ଗତ ଜୁଲାଇ ୨୬ ତାରିଖରେ କେନ୍ଦ୍ର ସଂସ୍କୃତି ସଚିବଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବୈଠକ ବସିଥିଲା । କୋର କମିଟିର ସୁପାରିଶ ଓ ଆଇଆଇଟି ମାଡ୍ରାସର ବିଶେଷଜ୍ଞଙ୍କ ରିପୋର୍ଟକୁ ଆଧାର କରି ଜଗମୋହନ ସ୍ଥାୟୀ ମରାମତି ପାଇଁ ଚୂଡାନ୍ତ ନିଷ୍ପତି ନିଆଯାଇଥିଲା ।

୪ଟି ଷ୍ଟେନଲେସ ଷ୍ଟିଲ ସ୍ତମ୍ଭ ଓ ପକେଟ ଫ୍ରେମିଂ ସହ ୩ଟି କଲମ କ୍ୟାପିଟାଲ ପିଲାର କରାଯିବାକୁ ନିଷ୍ପତି ହୋଇଥିଲା । ୨୦୧୭ ଜୁନ୍ ସୁଦ୍ଧା ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହେବ । ନଭେମ୍ବର ସୁଦ୍ଧା ପିଲାର କାମ ସରିବ ବୋଲି ସମୟ ଧାର୍ଯ୍ୟ କରିଛି ଏଏସଆଇ । ତେବେ ଆଜି ଜଗମୋହନରେ ପକେଟ ଫ୍ରେମିଂ ଓ କଲମ କ୍ୟାପିଟାଲ, ପଥର ସୁରକ୍ଷା ଡିଜାଇନ୍ ପାଇଁ ଅନୁମତି ଦେଇଛି ଏଏସଆଇ ।