ଅଶୋକ ସାହୁଙ୍କ ସମେତ ୧୧ ଜଣ ସଦସ୍ୟଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହର କଲା ବିଜେପି

14

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେପିର ୧୧ ଜଣଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ  ହୋଇଛି । ଅଶୋକ ସାହୁଙ୍କ ଉପରୁ ହଟିଛି ନିଲମ୍ବନ । ସେହିପରି ମୁରଲୀ ଶର୍ମା , ହିମାଂଶୁ ମେହେରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ ହୋଇଛି । ସଞ୍ଜୟ ପାଢୀ, ହେମନ୍ତ ବେହେରା, ହୃଷିକେଶ ପ୍ରଧାନ, ଶ୍ରୀମତୀ ରଂଜୁ ରାଇମାନ, ପ୍ରଦୀପ ରାଉତରାୟ, ରାଜୀବ ଷଡଙ୍ଗୀ, ମନୋରଂଜନ ମଲ୍ଲିକ ଓ ତୁଷାର ଜେନାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଛି । ଦଳ ବିରୋଧୀ ଆଚରଣ ନେଇ ଏମାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ରାଜ୍ୟ ଶୃଙ୍ଖଳାକମିଟିର ସୁପାରିଶ ଆଧାରରେ ଏହି ନିଷ୍ପତି ନିଆଯାଇଛି ।