ବିଜୁ ପରିବାର ସହିତ ଭାବାତ୍ମକ ସଂପର୍କ ଛିନ୍ନ କରୁଛି : ରୀତା ସାହୁଙ୍କୁ ବିଜେପୁର ବିଧାୟକ ପ୍ରାର୍ଥୀ କରିବା ପରେ ନବୀନଙ୍କୁ ପୂର୍ବତନ ବିଧାୟକଙ୍କ କ୍ଷୋଭ ଭରା ଚିଠି

40

କନକ ବ୍ୟୁରୋ : ୨୦୧୪ରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଥିବା ଅଶୋକ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି ଖୋଲା ଚିଠି । ଯେଉଁଥିରେ ସେ ବିଜୁ ପରିବାର ସହିତ ଭାବାତ୍ମକ ସଂପର୍କ ଛିନ୍ନ କରୁଥିବା ଉଲ୍ଲେଖ କରିଛନ୍ତି । ସେପଟେ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବାକୁ ନେଇ ନବୀନଙ୍କୁ ସମାଲୋଚନା କରିଛନ୍ତି ଅଶୋକ । କହିଛନ୍ତି, ଦୀର୍ଘ ୧୩ ବର୍ଷ ଧରି ଯେଉଁ ପରିବାର ବିଜେଡିର ନୀତି ଆଦର୍ଶ ବିରୋଧରେ କାମ କରୁଥିଲା ସେହି ପରିବାରକୁ ଉପ ନିର୍ବାଚନରେ ପ୍ରାର୍ଥୀ କରାଇ ଦଳ ବିଜୁ ପ୍ରେମୀଙ୍କ ମନରେ କଷ୍ଟ ଦେଇଛି । ଅଶୋକ ପାଣିଗ୍ରାହୀ ଯଦିଓ ବିଜେଡିର ରାଜନୈତିକ ଦୃଶ୍ୟାପଟରେ ଅଲୋଡା ହୋଇଯାଇଥିଲେ, ତଥାପି ତାଙ୍କ ପାଖରେ ଥିବା ପକେଟ ଭୋଟ ଆଗାମୀ ଦିନରେ ବିଜେଡିକୁ ଅଡୁଆରେ ପକାଇପାରେ ବୋଲି ଅନୁମାନ କରାଯାଉଛି ।