ବିଜେପୁର ରାଜନୀତି! ବିଜେଡିକୁ କାଉଣ୍ଟର କରିବାକୁ ବିଜେପିରେ ମିଶିବେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ

89

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହୋଇନି, ହେଲେ ବିଜେପୁରକୁ ନେଇ ରାଜନୀତି ସରଗରମ । ବିଜେଡିକୁ କାଉଂଟର କରିବାକୁ ବିଜେପି ତିଆରି କରିଛି କାଉଣ୍ଟର ଷ୍ଟ୍ରାଟେଜି । ଆଉ ଏହି କାଉଣ୍ଟର ଷ୍ଟ୍ରାଟେଜିର ହିରୋ ହେଉଛନ୍ତି ପୂର୍ବତନ ବିଜେପୁର ବିଧାୟକ ଅଶୋକ ପାଣିଗ୍ରାହୀ । ଆସନ୍ତା ୨ ତାରିଖରେ ଅଶୋକ ପାଣିଗ୍ରାହୀ ବିଜେପିରେ ମିଶିବେ ବୋଲି ସୂଚନା ମିଳିଛି । ଅକ୍ଟୋବର ୨ରେ ବରପାଲି ଠାରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ଉପସ୍ଥିତିରେ ଅଶୋକ ବିଜେପିରେ ମିଶିବେ ବୋଲି କହିଛନ୍ତି ।

bijepur electionକଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ବିଜେପୁର ବିଧାନସଭା ଆସନ ଖାଲିପଡିଛି । ଏହି ଆସନକୁ ଜିତିବାକୁ ବିଜେଡି-ବିଜେପି ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି । ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶିସାରିଥିବାବେଳେ ସୁବଳଙ୍କ ପତ୍ନୀ ଦଳୀୟ ପ୍ରାର୍ଥୀ ହେବେ ବୋଲି ନବୀନ ଘୋଷଣା କରିସାରିଛନ୍ତି । ଏଭଳି ସ୍ଥିତିରେ ଅଶୋକ ପାଣିଗ୍ରାହୀଙ୍କ ବିଜେପିରେ ମିଶିବା ନିଷ୍ପତି ବିଜେପିପୁର ରାଜନୀତିକୁ ସରଗରମ କରିଛି । ଅଶୋକ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ପତ୍ର ଲେଖି ଚର୍ଚ୍ଚାକୁ ଆସିଥିଲେ । ତା ସହିତ ବିଜେପୁରରେ ବିଜେଡି ପ୍ରାର୍ଥୀଙ୍କୁ ହରାଇବା ପାଇଁ କିପରି ଚକ୍ରାନ୍ତ କରାଯାଏ ତାହାର ଉଦାହରଣ ମଧ୍ୟ ଦେଇଥିଲେ ।

BJD-BJPବିଜେପୁର ହଲଚଲରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଉପନିର୍ବାଚନ ଉଭୟ ବିଜେଡି-ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ରୀତା ସାହୁ ବିଜେଡି ପ୍ରାର୍ଥୀ ହେବାକୁ ଥିବାବେଳେ ଅଶୋକ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ । ୨ ତାରିଖରେ ଅଶୋକ ବିଜେପିରେ ମିଶିବେ । ଅର୍ଥାତ ଦୁଇ ବାହାର ନେତା ହେବେ ବିଜେଡି ଓ ବିଜେପି ପ୍ରାର୍ଥୀ । ପ୍ରଶ୍ନ ଉଠୁଛି ଏହି ଦୁଇ ପ୍ରାର୍ଥୀଙ୍କୁ ତଳ ସ୍ତରର ନେତା ଗ୍ରହଣ କରିବେ କେତେ । ଯେଉଁମାନେ ଦୀର୍ଘଦିନ ଧରି ଦଳରେ ରହି କାମ କରିଛନ୍ତି ସେମାନେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ କେତେ ।

Political Parties Gear Up For Bijepur Assembly Bypollରୀତା ସାହୁଙ୍କ ପ୍ରାର୍ଥିତ୍ୱ ନେଇ ବିଜେଡିରେ ପ୍ରଥମରୁ ହିଁ ଅସନ୍ତୋଷ ପ୍ରକାଶ ପାଇଛି । ଖାଲି ବିଜେଡି ନୁହେଁ ବିଜେପିରେ ମଧ୍ୟ ଅଶୋକ ପାଣିଗ୍ରାହୀଙ୍କୁ ନେଇ ଆରମ୍ଭ ହୋଇଛି କନ୍ଦଳ । ଅଶୋକ ପ୍ରାର୍ଥୀ ହେଲେ ବିଜେପିର ତୃଣମୁଳ ସ୍ତରରୁ ବିରୋଧ କରାଯିବ ବୋଲି କିଛି ନେତା ରୋକଠୋକ ଜଣାଇ ସାରିଛନ୍ତି । କିନ୍ତୁ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିଜେପୁରରେ ବିଜେପିର ବିଜୟ ସୁନିଶ୍ଚିତ । ତାଙ୍କ କଥାରୁ ସ୍ପଷ୍ଟ ହେଉଛି ଯେ, ବିଜେପୁରକୁ ଜିତିବା ପାଇଁ ବିଜେପି କିଛି ଷ୍ଟ୍ରାଟେଜି ନେଇ ମଇଦାନକୁ ଓହ୍ଲାଇବ । ସବୁଠାରୁ କଥା ହେଲା, ଏହି ଦୌଡରେ କଂଗ୍ରେସ ବହୁ ପଛରେ ପଡିଯାଇଛି । ବିଜେଡିର ହାୱା ସତ୍ୱେ ଏହି ଆସନରୁ ସୁବଳ ସାହୁ ବାରମ୍ବାର ଜିତିଥିଲେ । କିନ୍ତୁ ବର୍ତମାନ ଦେଖିଲେ କଂଗ୍ରେସର ଏଠାରେ କୌଣସି ରଣନୀତି ଥିବା ଭଳି ଲାଗୁନାହିଁ ।