ସେମିଫାଇନାଲ ପାଇଁ ସଜବାଜ, ଫାଇନାଲ ପାଇଁ ଶକ୍ତି ସଂଗ୍ରହ ! ମିଶନ ୧୨୦ର ଯୁଦ୍ଧ ପାଇଁ ସୈନ୍ୟ ଯୋଗାଡିଲେ ସେନାପତି

18

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଶୋକ ପାଣିଗ୍ରାହୀ । ଦଳର ବରିଷ୍ଠ ନେତା ଓ ହଜାର ହଜାର ସମର୍ଥକଙ୍କ ସହ ବିଶାଳ ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ଅଶୋକ । ଏପଟେ କେନ୍ଦ୍ରାପଡାର ମାହାଙ୍ଗା ମାଟିରେ ବିଜେପି କରିଛି ମିଶ୍ରଣ ପର୍ବ । ସ୍ଥାନୀୟ ଅଂଚଳର ଲୋକପ୍ରିୟ ନେତା ସାରଦା ପ୍ରଧାନଙ୍କୁ ଦଳରେ ମିଶାଇଛି ବିଜେପି ।

bijepurବିଜେପୁର ବ୍ୟାଟଲ ପାଇଁ ବିଜେପିର ନାମାଙ୍କନ ଦାଖଲ । ଉପନିର୍ବାଚନ ପାଇଁ ପ୍ରଥମେ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ । ହଜାର ହଜାର ସମର୍ଥକଙ୍କ ସହ ପଦମପୁରରୁ ବାହାରିଥିଲା ପଟୁଆର । ରାଜରାସ୍ତାରେ ଘଂଟା ଘଂଟା ଧରି ଶକ୍ତି ପ୍ରଦର୍ଶନ । ରାଜ୍ୟ ପ୍ରଭାରୀ, ବରିଷ୍ଠ ନେତା, କର୍ମୀ ଓ ଅଭିନେତାରୁ ନେତା ବନିଥିବା ଓଲିଉଡ୍ ତାରକା ବି ସାମିଲ ହୋଇଥିଲେ ଅଶୋକ ପାଣିଗ୍ରାହୀଙ୍କ ଏହି ଶୋଭାଯାତ୍ରାରେ । ବିଜେପୁରରେ ବାଜି ମାରିବାକୁ ଆହ୍ୱାନ ଦେଇଥିଲେ ସମସ୍ତେ । ଏପରିକି ବିଜେପୁରରେ ଟଙ୍କା ବଳ , ବାହୁବଳ କାମ ଦେବନି । ବିଜେପୁର ବାସୀ ନବୀନ ସରକାରଙ୍କୁ ପ୍ରତ୍ୟାଖାନ କରିବେ ବୋଲି ବିଜେପି ପ୍ରାଥୀ ଅଶୋକ କହିଛନ୍ତି ।

mahangaଏସବୁ ଭିତରେ ଗୋଟିଏ ପଟେ ବିଜେପୁରରେ ନାମାଙ୍କନ ଭରୁଥିଲେ ବିଜେପି ପ୍ରାର୍ଥୀ ଆଉ ଅନ୍ୟପଟେ ମାହାଙ୍ଗାରେ ମଜବୁତ ହେଉଥିଲା ଦଳ । ହଜାର ହଜାର ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ମାହାଙ୍ଗାର ତୃଣମୂଳ ସ୍ତରର ନେତା ସାରଦା ପ୍ରଧାନ । ସାରଦାଙ୍କ ପାଇଁ ମାହାଙ୍ଗା ମାଟିରେ ହୋଇଥିଲା ବିଶାଳ ଆୟୋଜନ । ଦଳର ତୁଙ୍ଗ ନେତା ଓ କେନ୍ଦ୍ରମନ୍ତ୍ରୀ ସାରଦାଙ୍କୁ ଗେରୁଆ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମାହାଙ୍ଗାରୁ ନିର୍ବାଚନ ଲଢିଥିଲେ ସାରଦା । ଏବେ ୧୯ ନିର୍ବାଚନକୁ ଆଖିରେ ରଖି ଲମ୍ଫ ଦେଇଛନ୍ତି ପଦ୍ମ ପୋଖରୀକୁ । ତେବେ ବିଜେପିରେ ସାରଦାଙ୍କ ଯୋଗଦାନ ବିଜେଡି ଉପରେ କାଣିଚାଏ ମଧ୍ୟ ପ୍ରଭାବ ପକାଇବ ନାହିଁ ବୋଲି କହିଛି ବିଜେଡି ।

ଗୋଟିଏ ପଟେ ବିଜେପୁର ବାଜି , ଅନ୍ୟପଟେ ମିଶନ ମାହାଙ୍ଗା । ବଡ ଧରଣର ଆୟୋଜନ, ବିଶାଳ ଶୋଭାଯାତ୍ରା ଓ ତୁଙ୍ଗ ନେତାଙ୍କୁ ଧରି ବିଜେପି କରିଛି ଶକ୍ତି ପ୍ରଦର୍ଶନ । ଆଉ ଏହାସହ ୨୦୧୯ ନିର୍ବାଚନ ତଥା ମିଶନ ୧୨୦କୁ ସଫଳ କରିବା ପାଇଁ ଶକ୍ତି ସଂଗ୍ରହ କରିଛି ବିଜେପି ।