ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଗୁରୁଦାୟିତ୍ୱ : ଭରସା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ, ଉପା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଅଶୋକ ଗେହଲୋଟ୍

244

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ଏନଡ଼ିଏକୁ ବହୁମତ ମିଳିବ ବୋଲି ଅଧିକାଂଶ ଏକଜିଟ୍ ପୋଲ୍ ଦର୍ଶାଇବା ପରେ ବିରୋଧୀ ଶିବିରରେ କମ୍ପନ ସୃଷ୍ଟି ହୋଇଛି । ଫଳାଫଳ ଆସିବା ପୂର୍ବରୁ ବିରୋଧୀଙ୍କ ନିଦ ଉଡ଼ିଯାଇଛି । ଏପରିସ୍ଥଳେ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମହାଯୁଦ୍ଧର ଫଳାଫଳ ଆସିବା ପରର ସମୀକରଣ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଆସନ୍ତାକାଲି ଫଳାଫଳ ଆସିବା ପରେ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଉପରେ ଗୁରୁଦାୟିତ୍ୱ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଜାତୀୟ ରଣନୀତି ପ୍ରସ୍ତୁତ କରିବାର ଗୁରୁଦାୟିତ୍ୱ । ଆଉ ସେଥିପାଇଁ ୧୯ରେ ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ଦିଲ୍ଲୀରେ ଡେରା ପକାଇଛନ୍ତ ଗେହଲୋଟ୍ । ଦିଲ୍ଲୀର ଯୋଦ୍ଧପୁର ହାଉସ୍ ରାଜନୀତି ପ୍ରସ୍ତୁତିର ପ୍ରମୁଖ କେନ୍ଦ୍ର ପାଲଟିଛି । ଫଳାଫଳ ଆସିବା ପରେ ରାଜନୈତିକ ପରିସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ଜାତୀୟ ସ୍ତରରେ ଗେହଲୋଟଙ୍କ ଉପରେ ରହିଛି ଗୁରୁ ଦାହିତ୍ୱ । ଅଶୋକ ଗେହଲୋଟ ଗାନ୍ଧୀ ପରବାରର ବେଶ ବିଶ୍ୱାସଯୋଗ୍ୟ ହୋଇଥିବାରୁ, ତାଙ୍କ ଉପରେ ଭରସା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଆଉ ଏବେ ସେ ପରଦା ପଛରେ ରହି କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ଏହାପୂର୍ବରୁ ଗେହଲୋଟ କଂଗ୍ରେସ ସଂଗଠନର ମହାସଚିବ ପଦ ସମ୍ଭାଳି ପଞ୍ଜାବ, ଉତ୍ତରପ୍ରଦେଶ ଓ ଗୁଜରାଟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କଂଗ୍ରେସର ସୂଚନା ଅନୁସାରେ ଅନ୍ୟ ବିରୋଧୀ ଦଳଙ୍କ ସହ ଅଶୋକ ଗେହଲୋଟ ଙ୍କ ଭଲ ସମ୍ବନ୍ଧ ରହିଛି । ଚନ୍ଦ୍ରବାବୁ ନାଇଡ଼ୁଙ୍କ ଠାରୁ ଆମମ୍ଭ କରି ମମତା ବାନାର୍ଜୀ ଓ କୁମାରସ୍ୱାମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ଗହଲୋଟଙ୍କ ଭଲ ସମ୍ପର୍କ ରହିଛି । ସମସ୍ତଙ୍କୁ ଏକାଠି ନେଇ ଚାଲିବାରେ ବିଶ୍ୱାସ କରନ୍ତି ଗେହଲୋଟ । ଆଉ ସେଥିପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।