ହୋଟଲେ ସମୁଖରେ ବନ୍ଧୁକ ଦେଖାଇ ହଙ୍ଗାମା କରିଥିବା ପୂର୍ବତନ ସାଂସଦଙ୍କ ପୁଅ କୋର୍ଟରେ କଲେ ଆତ୍ମସମର୍ପଣ

25

କନକ ବ୍ୟୁରୋ : କୋର୍ଟରେ ଆତ୍ମସମର୍ପଣ କଲେ ପିସ୍ତଲ ଦେଖାଇ ଚର୍ଚ୍ଚାରେ ଥିବା ଆଶୀଷ ପାଣ୍ଡେ । ଆତ୍ମ ସମର୍ପଣ ପରେ ଆଶିଷ ସଫେଇ ଦେଇ କହିଛନ୍ତି ଯେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ତେଣୁ ନିଜର ସୁରକ୍ଷା ପାଇଁ ବନ୍ଧୁକ ଦେଖାଇଥିଲେ । ତାଙ୍କ ପାଖରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଥିଲା ବୋଲି ସେ କହିଛନ୍ତି । ଏଥିସହ ସେ କହିଛନ୍ତି ଯଦି ସିସିଟିଭି ଫୁଟେଜ ଯାଂଚ ହୁଏ ତାହେଲେ ଦମ୍ପତି ଦୁଇଜଣ ମୋତେ ମାରିଦେବାକୁ ଧମକ ଦେଉଥିବା ଦେଖିବାକୁ ମିଳିବ ।

 

ଆତ୍ମସମର୍ପଣ କରିବା ପରେ ଆଶିଷ ଏକ ଭିଡିଓ ଜାରି କରିଛନ୍ତି । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଆରକେପୁରମ ଥାନା ପୁଲିସ ତାଙ୍କୁ ଗିରଫ କରିଛି । ଦିଲ୍ଲୀର ଏକ ଫାଇଭ ଷ୍ଟାର ହୋଟେଲରେ ଜଣେ ଦମ୍ପତିଙ୍କୁ ସେ ବନ୍ଧୁକ ଦେଖାଇ ଧମକାଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା ।