ଦୃଷ୍ଟିହୀନ ହୋଇ ମଧ୍ୟ କୋଟି କୋଟି ଟଙ୍କାର ହିସାବ ରଖୁଛନ୍ତି ଆଶିଷ । ଇଂଲଣ୍ଡର ନାମୀ ବ୍ୟାଙ୍କରେ ଚାକିରି କରି ଦେଶକୁ ଗର୍ବିତ କରିଛନ୍ତି ଭାରତୀୟ ଯୁବକ, ପଢନ୍ତୁ ଆଶିଷଙ୍କ ପ୍ରେରଣାଦାୟୀ କାହାଣୀ

60

ଅତି କମ ବୟସରୁ ଦୃଷ୍ଟି ଶକ୍ତି ହରାଇଛନ୍ତି, କିନ୍ତୁ ଏବେ କୋଟି କୋଟି ଟଙ୍କାର ହିସାବ ରଖୁଛନ୍ତି । ଜଣେ ବ୍ୟକ୍ତି ଦୃଷ୍ଟିହୀନ ହୋଇ କିପରି କୋଟି କୋଟି ଟଙ୍କାର ହିସାବ ରଖୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଏଭଳି କଥା ଶୁଣିବାକୁ ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏଭଳି କାହାଣୀର ହିରୋ ହେଉଛନ୍ତି ଆଶିଷ ଗୋଏଲ । ଦୃଷ୍ଟିହୀନ ହେବା ସତ୍ତେ୍ୱ ମଧ୍ୟ ବ୍ୟାକିଙ୍ଗ ଜଗତରେ ଗୋଟିଏ ପରେ ଗୋଟିଏ ସଫଳତାର ସିଢି ଚଢି ଚାଲିଛନ୍ତି ଆଶିଷ । ଖାଲି ଏତିକି ନୁହେଁ ବିଦେଶର ନାମୀ ବ୍ୟାଙ୍କରେ ଚାକିରି କରିବା ସହ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ କଥା ନିଜେ ବୁଝିଥାନ୍ତି ।

ମୁମ୍ବାଇର ଆଶିଷ ଗୋଏଲ । ଜନ୍ମ ସମୟରୁ ସବୁକିଛି ଠିକ୍ଠାକ ଥିଲା । କିନ୍ତୁ ବୟସ ବଢିବା ସହ ଆଶିଷ ଦୃଷ୍ଟିଶକ୍ତି ହରାଇ ବସିଥିଲେ । ମାତ୍ର ୨୨ ବର୍ଷ ବୟସରେ ସେ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟିଶକ୍ତି ହରାଇଥିଲେ । ଦୃଷ୍ଟି ଶକ୍ତି ଚାଲି ଯାଇଥିଲା ସତ କିନ୍ତୁ ପାଠପଢା ଛାଡିନଥିଲେ ଆଶିଷ । ଏହାର ଫଳସ୍ୱରୂପ କଲେଜରେ ଭଲ ନମ୍ବର ରଖିଥିଲେ ଆଶିଷ । ଏହାପରେ ନିଜ କ୍ୟାରିୟରକୁ ଆଗକୁ ବଢାଇବା ପାଇଁ ସେ କଠିନ ପରିଶ୍ରମ କରିଥିଲେ ।

ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ପ୍ରଥମେ ତାଙ୍କୁ ଆଇଏନଜି ବ୍ୟାସ ବ୍ୟାଙ୍କରେ ଚାକିରି ପାଇଥିଲେ । କିନ୍ତୁ ଅଧିକ ପଢିବା ନିଶାରେ ଏହି ଚାକିରି ଛାଡି ଆମେରିକାର ହ୍ୱାର୍ଟନ ସ୍କୁଲ ଅଫ୍ ବିଜନେସରେ ଆଡମିଶନ ନେଇଥିଲେ । ସେଠାରେ ପଢିବା ପରେ ଇଂଲଣ୍ଟର ,କ ବ୍ୟାଙ୍କରେ ଚାକିରି ପାଇଥିଲେ ଆଶିଷ । ଏହି ବ୍ୟାଙ୍କରେ ସେ ପ୍ରଥମ ଦୃଷ୍ଟିହୀନ ଟ୍ରେଡର ଭାବେ ଚାକିରି ପାଇଥିଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟିବାରେ ଲାଗିଲେ । ଦୃଷ୍ଟିଶକ୍ତି ହରାଇଥିବା ଯୋଗୁଁ ଆଶିଷ ସ୍କ୍ରିନ ରିଡିଙ୍ଗ ସପ୍ଟୱେୟାର ସାହାର୍ଯ୍ୟରେ ଇମେଲ ପଢିଥାନ୍ତି । ଏପରିକି ଦୃଷ୍ଟିଶକ୍ତି ହରାଇବା ସତ୍ତେ୍ୱ ମଧ୍ୟ କୋଟି କୋଟି ଟଙ୍କାର ହିସାବ ରଖୁଛନ୍ତି ଆଶିଷ । ଆଉ ଆଶିଷଙ୍କ ଏହି ସଫଳତା ପୂରା ବିଶ୍ୱରେ ଭାରତକୁ ଗର୍ବିତ କରିଛି ।