ଆଶୀର୍ବାଦଙ୍କୁ ଅଭିଶାପ ! ଲଢିପାରିବେନି ଅଲିମ୍ପିକ୍ସ ଆସୋସିଏସନ୍ ନିର୍ବାଚନ

22

କନକ ବ୍ୟୁରୋ : ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ବଡ ଝଟକା । ବାରବାଟୀ ଜମି ଜବରଦଖଲ ମାମଲାର ତଦନ୍ତ କରିବ ସିବିଆଇ । ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ସିବିଆଇ ବାରବାଟୀ ପ୍ୟାଲେସର ଆୟବ୍ୟୟର ତଦନ୍ତ ମଧ୍ୟ କରିବ । ସେହିପରି ୨୩ଟି ଦୋକାନ ଘର ଆବଂଟନରେ ହୋଇଥିବା ଆୟବ୍ୟୟର ମଧ୍ୟ ତଦନ୍ତ କରାଯିବ ।

ଆକାଉଂଟ ଜେନେରାଲଙ୍କ ରିପୋର୍ଟ ଆଧାରରେ ତଦନ୍ତ କରାଯିବ । ବାରବାଟୀ ପ୍ୟାଲେସ୍ ଓ ୨୩ଟି ଦୋକାନ ଘର କଟକ ଜିଲ୍ଲା ପ୍ରଶାସନ ପରିଚନାଳନା କରିବାକୁ ନର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ଆର୍ଶୀବାଦ ବେହେରାଙ୍କୁ ଓଡିଶା ଅଲିମ୍ପିକ ଆସୋସିଏସନର ନିର୍ବାଚନ ଲଢ଼ିବାକୁ ବାରଣ କରିଛନ୍ତି ସୁପ୍ରିମକୋର୍ଟ । କୌଣସି ପଦବୀ ପାଇଁ ନିର୍ବାଚନ ଲଢ଼ିବପାରିବେ ନାହିଁ ଆଶୀର୍ବାଦ । ବିଚାରପତି ଦୀପକ ମିଶ୍ର ଓ ପି. ସି. ପନ୍ଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।