ୟୁପିର ପ୍ରତ୍ୟେକ ଜିଲ୍ଲାର ପ୍ରମୁଖ ନଦୀରେ ପ୍ରବାହିତ ହେବ ବାଜପେୟୀଙ୍କ ଅସ୍ଥି : ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କରାଯାଇଛି ଘୋଷଣା

43

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର ଗତକାଲି ଅପରାହ୍ନରେ ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ପଞ୍ଚଭୂତରେ ଲୀନ ହୋଇଯାଇଛି। ପଞ୍ଚଭୂତରେ ଲୀନ ହୋଇଯିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ତାଙ୍କ କର୍ମଭୂମୀ ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାର ମୁଖ୍ୟ ନଦୀରେ ବିସର୍ଜନ କରାଯିବ ବୋଲି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଉତ୍ତର ପ୍ରଦେଶ ବାଜପେୟୀଙ୍କ କର୍ମଭୂମୀ । ଏହି ସ୍ଥାନର ସମସ୍ତ ପ୍ରାନ୍ତକୁ ତାଙ୍କର ଗଭୀର ଆସକ୍ତ ଥିଲା । ସେଥିପାଇଁ ଜନତାଙ୍କ ଭାବନାକୁ ସମ୍ମାନ ଦେଇ ବାଜପେୟୀଙ୍କ ଅସ୍ଥି ପ୍ରଦେଶର ସମସ୍ତ ଜିଲ୍ଲାର ମୁଖ୍ୟ ନଦୀ ଗୁଡିକରେ ପ୍ରବାହିତ କରାଯିବ । ଏହା ଦ୍ୱାରା ରାଜ୍ୟର ଜନତାଙ୍କୁ ତାଙ୍କର ଶେଷ ଯାତ୍ରା ସହିତ ଜଡିତ ହେବାର ସୁଯୋଗ ମିଳିବ । ବାଜପେୟୀଙ୍କ ଚିତାଭସ୍ମକୁ ଉତ୍ତରପ୍ରଦେଶ ଦେଇ ପ୍ରବାହିତ ପବିତ୍ର ଗଙ୍ଗା ନଦୀ ଠାରୁ ଆରମ୍ଭ କରି ଯମୁନା, ଚମ୍ବଲ, ତପ୍ତୀ, ଗୋମତୀ, ସିନ୍ଧୁ, ବରୁଣ ସମତେ ରାଜ୍ୟରେ ପ୍ରବାହିତ ସମସ୍ତ ନଦୀରେ ବିସର୍ଜନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ପ୍ରବକ୍ତା କହିଛନ୍ତି ।