ଆଶା କର୍ମୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର । ଆଶା କର୍ମୀଙ୍କ ଗସ୍ତ ପାଉଣା ବୃଦ୍ଧି କଲେ କେନ୍ଦ୍ର ସରକାର ।

64

କନକ ବ୍ୟୁରୋ: ଆଶା କର୍ମୀଙ୍କ ପାଉଣା ବଢ଼ାଇଲେ କେନ୍ଦ୍ର ସରକାର । ଆଶା କର୍ମୀଙ୍କ ଗସ୍ତ ପାଉଣା ପୂର୍ବରୁ ଥିଲା ୨୫୦ ଯାହା ଏବେ ୩ଶହ ଟଙ୍କାକୁ ବୃଦ୍ଧି ହୋଇଛି । ତେବେ ପୂର୍ବରୁ ପ୍ରତି ମାସରେ ୨୦ଟି ଗସ୍ତ ପାଇଁ ଆଶା କର୍ମୀଙ୍କୁ ୫ ହଜାର ଟଙ୍କା ପାଉଥିଲେ । କିନ୍ତୁ ଏବେଠାରୁ ପ୍ରତିମାସକୁ ୨୦ ଟି ଗସ୍ତ ପିଛା ୬ ହଜାର ଟଙ୍କା ପାଇବେ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା । ଏନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଗାଁ ଗାଁ ଭୁଲି ଗର୍ଭବତୀ ମହିଳାଙ୍କୁ ସଚେନତ କରାନ୍ତି ଅଶା କର୍ମୀ । ଗର୍ଭବତୀ ମହିଳାଙ୍କ ନାମ ପଞ୍ଜୀକରଣ ସହ ସେମାନଙ୍କୁ ହସ୍ପିଟାଲ ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇଥାନ୍ତି । ତେଣୁ ଇବା କ୍ଷେତ୍ରରେ ଅଧିକ ତତ୍ପରତା ଦେଖାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି ।

ସେପେଟ ଆଶା କର୍ମୀ ପାଇଁ ଅକ୍ଟୋବର ମାସରୁ ଅଧିକ ପାଉଣା ବଢ଼ାଇବା ପାଇଁ ଗତ ମାସରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ମାଗଣାରେ ବୀମା ସୁବିଧା ମଧ୍ୟ ଯୋଗାଇ ଦିଆଯିବ। କୌଣସି ପ୍ରିମିୟମ୍ ନ ଦେଇ ସେମାନେ ଏହି ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହି ଘୋଷଣା କରିଥିଲେ ମୋଦି ।