ଦିନ ଥିଲା ଇଂରାଜୀରେ କୌଣସି ଅଭିଜ୍ଞତା ନଥିଲା ! ଆଜି ବ୍ରିଟେନର ଏକ ବଡ଼ କଲେଜର ପ୍ରିନସିପାଲ ଅଟନ୍ତି ବିହାରର ଆଶା ଖେମକା

32

ବିହାରର ଏକ ଛୋଟ ସହର ସୀତାମଢ଼ୀର ଝିଅ ଆଶା ଖେମକା । ଦିନ ଥିଲା ତାଙ୍କୁ ବିଲକୁଲ ଇଂରାଜୀ ଆସୁନଥିଲା । ୨୫ ବର୍ଷ ପର୍ଯ୍ୟନ୍ତ ଇରାଂଜୀରେ ତାଙ୍କର କୌଣସି ଅଭିଜ୍ଞତା ନଥିଲା । କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ଏବେ ସେ ବ୍ରିଟେନର ସବୁଠାରୁ ବିଜ୍ଞ ଶିକ୍ଷାବିତଙ୍କ ମଧ୍ୟରେ ସାମିଲ ଅଛନ୍ତି । ଆଉ ଆଜି ସେ ହଜାର ହଜାର ଇଂରେଜ ଛାତ୍ରଙ୍କ ଜୀବନକୁ ଉଚିତ ପଥ ଦେଖାଉଛନ୍ତି । ବର୍ତ୍ତମାନ ଆଶା ଖେମକା ବ୍ରିଟେନର ଏକ ପ୍ରଖ୍ୟାତ କଲେଜର ପ୍ରିନସିପାଲ ଅଛନ୍ତି । ତାଙ୍କୁ ଏସିଆନ୍ ବିଜିନେସ୍ ଓମେନ୍ ଅଫ ଦ ଇୟର ସମ୍ମାନରେ ସମ୍ମାନିତ କରାଯାଇଛି । ଆଶା ଖେମକା ପ୍ରମାଣ କରି ଦେଖାଇଛନ୍ତି ଯଦି ମନରେ ଦୃମ ମନୋବଳ ରହିଛି, ମଣିଷକୁ କିଛି ରୋକି ପାରିବ ନାହିଁ ।

ବିହାରର ସୀତାମଢ଼ୀ ଜିଲ୍ଲାର ଏକ ବ୍ୟବସାୟୀ ପରିବାରରେ ୨୧ ଅକ୍ଟୋବର ୧୯୫୧ରେ ଜନ୍ମ ହୋଇଥିଲେ ଆଶା ଖେମକା । ତାଙ୍କୁ ମାତ୍ର ୧୩ ବର୍ଷରେ ହିଁ ପାଠ ଛାଡ଼ିବା ପାଇଁ ପଡ଼ିଥିଲା । ଦିନେ ଅଚାନକ ଘର ଲୋକେ ତାଙ୍କୁ କହିଲେ ଶାଢ଼ୀ ପିନ୍ଧି ସଜବାଜ ହେବା ପାଇଁ । କାରଣ ତାଙ୍କୁ ବିବାହ ପାଇଁ ପୁଆ ଘର ଦେଖିବା ପାଇଁ ଆସିଥିଲେି । ଆଶାଙ୍କ ବିରୋଧ ସତ୍ୱେ ମଧ୍ୟ ୧୫ ବର୍ଷ ବୟସରେ ତାଙ୍କର ନିର୍ବନ୍ଧ ହୋଇଗଲା । ତାଙ୍କ ସ୍ୱାମୀ ଶଙ୍କର ଲାଲ ଖେମକା ସେତେବେଳେ ମେଡ଼ିକାଲ ପାଠ ପଢ଼ୁଥିଲେ । ୧୯୭୮ରେ ଆଶା, ନିଜ ସ୍ୱାମୀ ଓ ତିନି ଝିଅଙ୍କ ସହ ଇଂଲଣ୍ଡ ଚାଲିଯାଇଥିଲେ । ସେ ଯେତେବେଳେ ଇଂଲଣ୍ଟ ଯାଇଥିଲେ ତାଙ୍କର ଇଂରାଜୀରେ କୌଣସି ଜ୍ଞାନ ନଥିଲା । ସେଠାକୁ ଯାଇ ସେ ତାଙ୍କ ଘର କାମରେ ବ୍ୟସ୍ତ ରହିଗଲେ । ଏହାସହ ନିଜ ପରି ମହିଳାଙ୍କ ସହ କଥା ହୋଇ ହୋଇ ଇରାଂଜୀ ଭାଷକୁ ମାର୍ଜିତ କରିବା ପାଇଁ ଚେଷ୍ଟା କରୁଥିଲେ ।

ପିଲାମାନେ ଧୀରେ ଧୀରେ ବଡ଼ ହେଲେ । ତାଙ୍କର କାମ ହାଲୁକା ହେବାରେ ଲାଗିଲା । ଆଉ ସେ ପୁଣି ଥରେ ପାଠପଢ଼ାରେ ଧ୍ୟାନ ଦେଲେ । ସେ କାଡି଼ର୍ଓ ୟୁନିଭସିିଟିରେ ବିଜିନେସ୍ ଡିଗ୍ରୀ ହାସଲ କଲେ । ଆଉ ତା’ପରେ ଅଧ୍ୟାପନା ଆରମ୍ଭ କରିଥିଲେ । ୨୦୦୬ରେ ସେ ବେଷ୍ଟ ନାଟିଂଘମ କଲେଜର ପ୍ରିନିସିପାଲ ଭାବରେ ନିଯୁକ୍ତି ପାଇଲେ । ଏହି କଲେଜ ବ୍ରିଟେନର ଭଲ କଲେଜ ମାନଙ୍କ ମଧ୍ୟରୁ ଅନ୍ୟତମ । ଶିକ୍ଷା ଯେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଯୋଗୁଁ ଅନେକ ପୁରସ୍ମାରରେ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି ।