ଅନୁଗୁଳ : ସରକାରଙ୍କ ଭାଟ୍ ଓ ଜିଏସଟି ବିରୋଧରେ ସ୍ୱର ଉଠାଇଛନ୍ତି ପାଉଁଶ ଇଟା କାରଖାନା ମାଲିକ

39

କନକ ବ୍ୟୁରୋ : ସରକାରଙ୍କ ଭାଟ୍ ଓ ଜିଏସଟି ବିରୋଧରେ ସ୍ୱର ଉଠାଇଛନ୍ତି ପାଉଁଶ ଇଟା କାରଖାନା ମାଲିକ । ତାପଜ ବିଦ୍ୟୁତ କାରଖାନାର ପ୍ରଦ୍ୟୁଷଣକାରୀ ପାଉଁଶକୁ ବ୍ୟବହାର ଇଟା ତିଆରି କରୁଥିବା ବେଳେ ଏମାନଙ୍କ ଉପରେ ସରକାର ଅତିଧିକ ଟିକସ ଲଗାଉଥିବା ଅଭିଯୋଗ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ୫ ପ୍ରତିଶତ ଭାଟ୍ ଲଗାଇଥିବା ବେଳେ ଜିଏସଟି ଲାଗୁ ପରେ ଏହା ୧୨ ପ୍ରତିଶତ ହୋଇଯିବ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଅନୁଗୁଳ ଜିଲ୍ଲା ଆସ ବ୍ରିକ୍ସ ମାନୁଫ୍ୟାକ୍ଟର ଆସୋସିଏସନ । ପୂର୍ବରୁ ଇଟା ଖଣ୍ଡକୁ ୩ ଟଙ୍କା ୨୦ରେ କିଣୁଥିବା ବ୍ୟକ୍ତି ଜିଏସଟି ଲାଗୁ ହେବା ପରେ ୩ ଟଙ୍କା ୫୦ ପଇସାରେ କିଣିବେ ।

ସଂଘର ଅଭିଯୋଗ ସରକାର ଇଟି ତିଆରି କରିବା ପାଇଁ ଗୋଟିଏ ପ୍ରୋତ୍ସାହନ ଯୋଗାଉଥିବା ବେଳେ ଅନ୍ୟପଟେ କାରଖାନା ମାଲିକ ଓ ସାଧାରଣ ଇଟା ବିନିଯୋଗକାରୀଙ୍କୁ ଶୋଷଣ କରୁଛନ୍ତି । ସେପଟେ ଜିଏସଟି ବାବଦରେ ନିରୁପାୟ ବୋଲି କହିଛନ୍ତି ଜିଲ୍ଲା ଶିଳ୍ପକେନ୍ଦ୍ର ଅଧିକାରୀ ।