ସ˚ଖ୍ୟା ଚିହ୍ନିପାରୁ ନାହାନ୍ତି ପଞ୍ଚମ ପିଲା ! ଆସର୍ ରିପୋର୍ଟରେ ଗ୍ରାମାଞ୍ଚଳ ଶିକ୍ଷାର ଦୟନୀୟ ସ୍ଥିତି, ସବୁ ସ୍କୁଲରେ ପାନୀୟ ଜଳ, ଶୌଚାଳୟ ନାହିଁ

315

କନକ ବ୍ୟୁରୋ: ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ସଂଖ୍ୟା ଚିହ୍ନିପାରୁ ନାହାନ୍ତି। ପ୍ରାଥମିକ ଶିକ୍ଷାର ଏଭଳି ଦୟନୀୟସ୍ଥିତି ଦେଖିବାକୁ ମିଳିଛି ଓଡ଼ିଶା ଗ୍ରାମାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟରେ। ଗ୍ରାମାଞ୍ଚଳ ବିଦ୍ୟାଳୟ ଓ ଶିକ୍ଷାର ସ୍ଥିତି ଜାଣିବା ପାଇଁ ଆସର(ଆନୁଆଲ୍ ଷ୍ଟାଟସ୍ ଅଫ୍ ଏଜୁକେସନ୍ ରିପୋର୍ଟ) ପକ୍ଷରୁ ହୋଇଥିବା ସର୍ଭେରେ ଏଭଳି ଉଦବେଗଜନକ ତଥ୍ୟ ପଦାକୁ ଆସିଛି। ରିପୋର୍ଟ କହୁଛି, ପଞ୍ଚମ ଶ୍ରେଣୀର ୩.୨% ପିଲା ୧-୯ ପର‌୍ୟ୍ୟନ୍ତ ସ˚ଖ୍ୟା ଚିହ୍ନିପାରୁ ନାହାନ୍ତି। ୧୩.୮% ପିଲା ତା’ଠାରୁ ଉପର ସ˚ଖ୍ୟାଗୁଡ଼ିକୁ ଚିହ୍ନଟ କରିପାରୁ ନାହାନ୍ତି। ୩୩.୧% ଛାତ୍ରଛାତ୍ରୀଙ୍କୁ ଫେଡ଼ାଣ ଜଣାନାହିଁ। ଆଉ ଫେଡ଼ାଣ କରିପାରୁଥିବା ୨୪.୫% ଛାତ୍ରଛାତ୍ରୀ ହରଣରେ ଦୁର୍ବଳ।

ରିପୋର୍ଟ ଦର୍ଶାଉଛି, ପଞ୍ଚମ ଶ୍ରେଣୀର ୫୮% ପିଲା ଦ୍ବିତୀୟ ଶ୍ରେଣୀ ପାଠ ପଢ଼ିବାରେ ସମର୍ଥ ଅଟନ୍ତି। ୨୦୧୬ରେ ଏହି ସ˚ଖ୍ୟା ୫୧% ରହିଥିଲା। ସଂଖ୍ୟା କମିବା ବଦଳରେ ବଢିବାରେ ଲାଗିଛି। ୫ମ ଶ୍ରେଣୀର ଯେଉଁ ପିଲାମାନେ ତିନି ଅଙ୍କର ହରଣ କରିପାରୁଛନ୍ତି ସେମାନଙ୍କ ସଂଖ୍ୟା ପ୍ରାୟ ୨୫%। ଅଷ୍ଟମ ଶ୍ରେଣୀ ପିଲାଙ୍କ େକ୍ଷତ୍ରରେ ଏହା ୪୨.୬% ରହିଛି, ଯାହା ୨୦୧୬ରେ ୩୯.୬% ଥିଲା। ଅଧିକା˚ଶ ରାଜ୍ୟରେ ଏହି ଧରଣର ହରଣ ୩ୟ ଓ ୪ର୍ଥ ଶ୍ରେଣୀ ପାଠ୍ୟଖସଡ଼ାର ଏକ ଅ˚ଶ ଅଟେ। ୧୪ରୁ୧୬ ବର୍ଷର ଯେଉଁ ପିଲାମାନେ ହରଣ କରିପାରୁଛନ୍ତି ସେମାନଙ୍କୁ ନିତିଦିନ ଜୀବନରେ ବ୍ୟବହୃତ ହେଉଥିବା ଗଣିତ ପଚରା ଯାଇଥିଲା। ଯେପରିକି ସମୟର ହିସାବ, ଏକକ ନିୟମ ବ୍ୟବହାର, ରିହାତି ହିସାବ ଇତ୍ୟାଦି। ପ୍ରାୟ ୪୭% ପିଲା ସମୟ ପ୍ରଶ୍ନର ଉତ୍ତର ସଠିକ୍ ଭାବେ ଦେଇଥିବା ବେଳେ ୩୩.୨% ପିଲା ରିହାତି ହିସାବ କରିପାରୁଛନ୍ତି। ସରକାରୀ ବିଦ୍ୟାଳୟର ୫ମ ଶ୍ରେଣୀର ୨୩.୮% ଛାତ୍ରଛାତ୍ରୀ ହରଣ କରିପାରୁ ଥିବାବେଳେ ଘରୋଇ ସ୍କୁଲରେ ଏହା ୪୩.୨% ରହିଛି।

ଅଷ୍ଟମ ଶ୍ରେଣୀରେ ସରକାରୀ ବିଦ୍ୟାଳୟର ୪୧.୭% ଓ ଘରୋଇ ବିଦ୍ୟାଳୟର ୫୯.୪% ଛାତ୍ରଛାତ୍ରୀ ହରଣ କରିପାରୁଛନ୍ତି। ୩ୟ ଶ୍ରେଣୀରେ ସରକାରୀ ବିଦ୍ୟାଳୟର ୨୮.୩% ଓ ଘରୋଇ ବିଦ୍ୟାଳୟର ୪୯.୩% ଛାତ୍ରଛାତ୍ରୀ ଫେଡ଼ାଣ କରିପାରୁଛନ୍ତି। ପାଖାପାଖି ୭୩.୯% ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ରଛାତ୍ରୀ ଗୋଟିଏ କିମ୍ବା ତା’ଠାରୁ ଅଧିକ ଶ୍ରେଣୀ ପିଲାଙ୍କ ସହ ବସି ସ୍କୁଲରେ ପଢ଼ୁଛନ୍ତି। ସର୍ଭେରେ ଛାତ୍ରଛାତ୍ରୀ-ଶିକ୍ଷକଙ୍କ ଅନୁପାତକୁ ବି ଆକଳନ କରାଯାଇଛି। ଗସ୍ତ ଦିନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୮୨% ଥିବା ବେଳେ ଶିକ୍ଷକଙ୍କ ଉପସ୍ଥାନ ୯୪.୪% ରହିଥିଲା। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୮୦.୧% ଓ ଶିକ୍ଷକଙ୍କ ଉପସ୍ଥାନ ୯୨.୭% ଥିଲା। ୮୯.୯% ସ୍କୁଲରେ ମଧ୍ୟହ୍ନଭୋଜନ ରାନ୍ଧିବା ପାଇଁ ରୋଷେଇ ଘର ରହିଛି। ୮% ସ୍କୁଲରେ ପାନୀୟ ଜଳ ସୁବିଧା ନାହିଁ।

ଅଙ୍ଗନବାଡ଼ିରେ ୩ ବର୍ଷ ବୟସର ଅର୍ଧାଧିକ ପିଲା

ଏବେ ବି ୩% ବିଦ୍ୟାଳୟରେ ଶୌଚାଳୟ ସୁବିଧା କରାଯାଇନି। ୯.୬% ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନାହିଁ। ୧୯.୭% ବିଦ୍ୟାଳୟରେ ଲାଇବ୍ରେରି ନ ଥିବା ବେଳେ ୫୬.୭% ବିଦ୍ୟାଳୟରେ ବିଦ୍ୟୁତ୍ ବ୍ୟବସ୍ଥା ନାହିଁ। ୮୧.୩% ବିଦ୍ୟାଳୟରେ କମ୍ପ୍ୟୁଟର ସୁବିଧା ଉପଲବ୍ଧ ହେଉ ନ ଥିବା କୁହାଯାଇଛି। ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ଗୁରୁତ୍ବ ଦେଉଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ସ୍କୁଲସ୍ତରରେ ଶାରୀରିକ ଶିକ୍ଷା ସୁଦୃଢ଼ ହୋଇପାରିନି। ୭୬.୭% ସ୍କୁଲରେ ଶାରୀରିକ ଶିକ୍ଷା ପାଇଁ ଟାଇମ୍ ଟେବୁଲ୍ରେ ସ୍ବତନ୍ତ୍ର ପିରିୟଡ୍ ରହିଛି। ୭ମ ଓ ୮ମ ଶ୍ରେଣୀର ୮୩% ସ୍କୁଲରେ ଏହି ବ୍ୟବସ୍ଥା ହୋଇଛି। ୧୬ ପ୍ରତିଶତ ସ୍କୁଲରେ ପିରିୟଡ୍ ହେଉ ନଥିଲେ ବି ଏଥିପାଇଁ ସମୟ ରଖାଯାଇଛି। ୭.୩% ସ୍କୁଲରେ ଶାରୀରିକ ଶିକ୍ଷା ପାଇଁ ପିରିୟଡ୍ ନାହିଁ କି ସମୟ ରଖାଯାଇନି। ୧୬.୨% ସ୍କୁଲରେ ସ୍ବତନ୍ତ୍ର ଶାରୀରିକ ଶିକ୍ଷକ ରହିଛନ୍ତି।

୫୮.୮% ସ୍କୁଲରେ ଅନ୍ୟ ଶିକ୍ଷକମାନେ ଶାରୀରିକ ଶିକ୍ଷା ଦେଉଛନ୍ତି। ୨୫% ସ୍କୁଲରେ ଶାରୀରିକ ଶିକ୍ଷକ ନାହାନ୍ତି। ୩୩.୫% ବିଦ୍ୟାଳୟରେ ଖେଳପଡ଼ିଆ ନାହିଁ। ୨୦୧୪ରେ ୮୯.୭% ସ୍କୁଲରେ ସ୍କୁଲ ମ୍ୟାନେଜ୍ମେଣ୍ଟ କମିଟି(ଏସ୍ଏମ୍ସି) ଗଠନ ହୋଇଛି। ପ୍ରି-ସ୍କୁଲସ୍ତରରେ ୩ ବର୍ଷ ବୟସର ୫୭.୪% ପିଲା ଅଙ୍ଗନବାଡ଼ି ଯାଉଛନ୍ତି। ୨.୨% ପିଲା ଘରୋଇ ଏଲ୍କେଜି/ୟୁକେଜିରେ ଯାଉଛନ୍ତି। ୬.୪% ପିଲା ପ୍ରି-ସ୍କୁଲ କିମ୍ବା ସ୍କୁଲକୁ ଆଦୌ ଯାଉନାହାନ୍ତି। ଆସର୍-୨୦୧୮ରେ ଓଡ଼ିଶାର ମୋଟ ୮୧୨ଟି ବିଦ୍ୟାଳୟରେ ସର୍ଭେ କରାଯାଇଥିଲା। ସେଥିମଧ୍ୟରୁ ୩୬୦ ପ୍ରାଥମିକ(୧ରୁ ୪/୫ମ ଶ୍ରେଣୀ) ବିଦ୍ୟାଳୟ ଏବ˚ ୪୫୨ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ(୧ରୁ ୭/୮ମ) ବିଦ୍ୟାଳୟ। ‘ପ୍ରଥମ’ ସହାୟତାରେ କରାଯାଇଥିବା ଏହି ସର୍ଭେରେ ୩ରୁ ୧୬ ବର୍ଷ ପିଲାଙ୍କ ସାଧାରଣ ପଠନ ଓ ଗଣିତ ବିଷୟ ଉପରେ ଧ୍ୟାନ ଦିଆଯାଇଥିଲା।

Comments are closed.