ଇରାନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ! ଉଡାଣ ଭରିବାର ମାତ୍ର ୫୦ ମିନିଟ୍ ପରେ ଏଟିଆର- ୭୨ ବିମାନ ହେଲା ଦୁର୍ଘଟଣାର ଶିକାର

33

କନକ ବ୍ୟୁରୋ: ବିମାନ ଦୁର୍ଘଟଣା ଗ୍ରସ୍ତ । ଇରାନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଟିଆର- ୭୨ ବିମାନ ଇରାନର ରାଜଧାନୀ ତେହରାନରୁ ୟାସୁଜ୍ ଯାଉଥିଲା । ଉଡାଣ ଭରିବାର ମାତ୍ର ୫୦ ମିନିଟ୍ ପରେ ରାଡାରରୁ ସମ୍ପର୍କ ଛିର୍ଣ୍ଣ ହୋଇଥିଲା । ବିମାନରେ ପ୍ରାୟ ୬୦ରୁ ୭୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବାରୁ ଜରୁରିକାଳିନ ଭାବେ ଅବତରଣ କରିବା ପାଇଁ ଉଦ୍ୟମ କରିଥିଲେ ପାଇଲଟ୍ । ତେବେ ଦୁର୍ଘଟଣା ପରେ ବିମାନର କୌଣସି ପତା ମିଳିନାହିଁ ।

ଇରାନର ଅସେମନ୍ ଏୟାରଲାଇନ୍ସଙ୍କ କହିବାନୁସାରେ, ବିମାନଟି ଦକ୍ଷିଣ ଇରାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ପାଖାପାଖି ପ୍ରାୟ ୬୦ରୁ ୭୦ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ତେବେ ବିମାନଟି ଉଡାଣ ଭରିବାର କିଛି ସମୟ ପରେ ରାଡାରରୁ ଉଭେଇ ଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରି ଦେଇଛନ୍ତି ।

କେତେକ ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ, ବିମାନଟି ଜରୁରିକାଳୀନ ଅବତରଣ କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ କେତେ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି, ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ସୂଚନା ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସୂଚନା ମିଳି ପାରି ନଥିଲା । ଏ ସମ୍ପର୍କରେ ଆହୁରି ଅଧିକ ସୂଚନା ଅପେକ୍ଷା କରାଯାଇଛି ।