ନୂଆ ଖାଦ୍ୟ, ନୂଆ ପୋଷାକ ! ଜେଲରେ କଏଦୀ ନମ୍ବର ୧୩୦ଙ୍କର କଟିବ ଏଭଳି ଜୀବନ

31

ଯୋଧପୁର କୋର୍ଟ ଆଶାରାମଙ୍କୁ ଏକ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି । କୋର୍ଟର ରାୟ ଶୁଣାଣି ପରେ ଆଶାରାମ ବାପୁଙ୍କୁ ଯୋଧପୁର ଜେଲରେ କଏଦୀ ଭାବରେ ରହିବାକୁ ପଡିବ । ଜେଲର ସୂଚନା ଅନୁଯାୟୀ , ଆଶାରାମ ଏବେଯାଏ ଏକ ସନ୍ଥ ହିସାବରେ ଜେଲରେ ରହୁଥିଲା । କିନ୍ତୁ ଏବେ ତାଙ୍କୁ ଏକ ଅପରାଧି ଭାବରେ ଜେଲରେ ରଖାଯିବ । କଏଦୀ ନମ୍ବର ୧୩୦ ଭାବେ ଜେଲର କାଳକୋଠରୀରେ ରହିବେ ଆଶ।।ରାମ ।

asharamସେଲ ନମ୍ବର ୨ରେ ରହିବେ ଆଶାରାମ : 

ଯୋଧପୁର ସେଣ୍ଟ୍ରାଲ ଜେଲ ଭିତରେ ତିଆରି କରାଯାଇଥିବା କୋର୍ଟରେ ନିଜ ବିରୁଦ୍ଧରେ କୋର୍ଟର ରାୟ ଶୁଣିଥିଲେ । ରାୟ ଶୁଣିବା ପରେ ଆସାରାମ ବାପୁ ଦୁଃଖ ପ୍ରକାଶ କରି ବହୁତ କାନ୍ଦିଥିଲେ । କିଛି ସମୟ ପାଇଁ ତାଙ୍କୁ ସେଠାରେ ଏକା ଛାଡି ଦିଆଯାଇଥିଲା । ପରେ ସେ ନିଜେ ଉଠି ସେଠାରୁ ଜେଲ କୋଠରି ମଧ୍ୟକୁ ଚାଲିଯାଇଥିଲେ । ଜେଲର ଡିଆଇଜିଙ୍କ କହିବା ଅନୁସାରେ ଆଶାରାମଙ୍କୁ ଏବେ ସେଲ ନମ୍ବର ୨ ହିଁ ରଖାଯିବ । ପରେ ଅନ୍ୟ କେଉଁ ସେଲକୁ ସିପ୍ଟ କରାଯିବା ସେନେଇ ବିଚାର କରାଯିବ ।

ମିଳିବ ନାହିଁ ଆଶ୍ରମର ଖାଦ୍ୟ ଏବଂ ବସ୍ତ୍ର : 

ଆଶାରାମଙ୍କ ପାଇଁ ଯୋଧପୁର ଜେଲ ଆଜି ଯାଏଁ ଆଶ୍ରମ ହୋଇ ରହିଥିଲା । ଏବେ ଯାଏଁ ଆଶାରାମ ଜେଲର ଖାଦ୍ୟ ଖାଉନଥିଲେ । ଭକ୍ତ ମାନଙ୍କ ଦ୍ୱାରା ଅଣାଯାଉଥିବା ଖାଦ୍ୟ ଖାଉଥିଲେ ବାପୁ । କିନ୍ତୁ ଏବେ ଜେଲର ଖାଦ୍ୟ ଖାଇବାକୁ ପଡିବ ବାପୁଙ୍କୁ । କେବଳ ସେତିକି ନୁହେଁ ପୂର୍ବଭଳି ସ୍ୱାମୀଙ୍କ କପଡା ପିନ୍ଧୁଥିବା ବାପୁଙ୍କୁ ଏବେ କଏଦୀ ମାନଙ୍କ ପୋଷାକ ପିନ୍ଧି ଜୀବନ ବିତାଇବାକୁ ପଡିବ ।