ଭାରତର ୭ ଜଣ ଶକ୍ତିଶାଳୀ ଓକିଲ, ଯେଉଁମାନେ ଲଢ଼ିଥିଲେ ଆସାରାମଙ୍କ କେସ୍ ! ତଥାପି ବାପୁଙ୍କୁ ମିଳିନଥିଲା ଜାମିନ୍

134

ଆତ୍ମଘୋଷିତ ବାବା ଆଶାରାମକୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଛି । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମଙ୍କୁ ଏକ ସ୍ୱତନ୍ତ୍ର କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି । ଆଜୀବନ ଜେଲର ଅର୍ଥ ହେଉଛି ଆଶାରାମ ଜୀବନ ଥିବା ପର୍ୟ୍ୟନ୍ତ ଜେଲରେ ରହିବେ । ଏହି ଦଣ୍ଡାଦେଶ ଶୁଣି ସେ କାନ୍ଦିପକାଥିଲେ ବୋଲି ଜଣାପଡିଛି । ଆଶାରାମଙ୍କୁ ପକସୋ ଆଇନ ( ଯୌନ ଅପରାଧ କବଳରୁ ଶିଶୁ ସୁରକ୍ଷା ଆଇନ) ଓ ଅନୁସୂଚିତ ଜାତି ଓ ଜନଜାତି ( ଅତ୍ୟାଚାର ନିରୋଧ) ଆଇନ ଅନୁସାରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ ଆତ୍ମଘୋଷିତ ବାବା ଆସରାମ ବାପୁ ନିଜକୁ ଭଗବାନ କହୁଥିଲେ । ଯେତେବେଳେ ଭଗବାନଙ୍କ ନାମରେ ଦୁଷ୍କର୍ମ ମାମଲା ଦାଏର ହୋଇଥିଲା, ସେତେବେ ବେଳେ ଦୁନିଆ ଦୁଇ ଭାଗରେ ବିଭକ୍ତ ହୋଇଗଲା । କିଛି ଲୋକ ବାପୁ ନିର୍ଦ୍ଦୋଶ ବୋଲି ନାରା ଦେଉଥିଲେ ଆଉ କିଛି ଲୋକଙ୍କର ବାବା ତଥା ସାଧୁସନ୍ଥଙ୍କ ଉପରୁ ଭରସା ତୁଟିଗଲା । ତେବେ ଏହି ମାମଲାରେ ବାପୁଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଏପରିସ୍ଥଳେ ବାପୁ ଆର୍ଥିକ ବଳ ଲଗାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ଦେଶର ଅନେକ ବଡ଼ ବଡ଼ ତଥା ପ୍ରତିଭାଶାଳୀ ଓଳିଲଙ୍କ ପରାମର୍ଶ ଲୋଡ଼ିଥିଲେ । ସେହି ଓକିଲ ମାନଙ୍କ ମଧ୍ୟରେ ଏପରି ସାତ ଜଣ ଅଛନ୍ତି ଯେଉଁମାନଙ୍କୁ ପୁରା ଭାରତ ଜାଣେ । ତାଙ୍କର ବହୁତ ନାମ ମଧ୍ୟର ରହିଛି । ଆସନ୍ତୁ ଜାଣିବା ସେହି ୭ ଜଣ ଓକିଲଙ୍କ ବିଷୟରେ . .

ରାମ ଜେଠମଲାନୀ –

ଆସାରାମ ବାପୁଙ୍କ କେସକୁ ପ୍ରଥମେ ନିଜ ହାତକୁ ନେଇଥିବା ଦେଶର ନାମିଦାମୀ ଓକିଲ ହେଲେ ରାମ ଜେଠମାଲାନୀ । ରାମ ଜେଠମଲାନୀଙ୍କ ବିଷୟରେ କାହାକୁ ବା ଅଜଣା । ଯେତେ ସବୁ ହାଇପ୍ରୋଫାଇଲ କେସ ସେ ତାଙ୍କ ହାତକୁ ନେଇଥିଲେ । ବହୁତ ବଡ଼ ବଡ଼ କେସକୁ ସହ ଯୋଡ଼ିହେବା ସହ ରାମ ଜେଠମଲାନୀ ଆସରାମ ବାବୁଙ୍କ କେସ ହାତକୁ ନେଇଥିଲେ । ଆଉ ସେଥିପାଇଁ ଆସାରାମଙ୍କ ଭକ୍ତଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । ଭକ୍ତଙ୍କୁ ଲାଗିଲା ବାପୁ ନିଶ୍ଚିତ ନିର୍ଦ୍ଦୋଶରେ ଖଲାସ ହୋଇଯିବ । କିନ୍ତୁ ରାମ ଜେଠମଲାନୀ କେସ ଲଢ଼ିବା ପରେ ବି ବାପୁ ବାହରକୁ ଆସିପାରିଲେ ନାହିଁ । ରାମ ଜେଠମଲାନୀଙ୍କ ପରେ ଅନେକ ଓକିଲ ଆସିଥିଲେ କିନ୍ତୁ ବାପୁଙ୍କୁ କେହି ଜେଲରୁ ମୁକୁଳାଇ ପାରିନଥିଲେ ।

କେ ଟି ଏସ୍ ତଳୁସୀ-

 

କେ ଟି ଏସ ତୁଳସୀ ସୁପ୍ରେିମକୋର୍ଟର ଜଣେ ବରିଷ୍ଠ ଓକିଲ ତଥା ଜଣେ ରାଜ୍ୟସଭା ସାଂସଦ ମଧ୍ୟ । ସେ ମଧ୍ୟ ଆସାରାମଙ୍କ କେସ ହାତକୁ ନେଇଥିଲେ । ତୁଳସୀ, ଆଡ଼ିିସନାଲ ସଲିସିଟର ମଧ୍ୟ ରହିସାରିଛନ୍ତି । ଅନେକ ବଡ଼ ବଡ଼ କେସରେ ସେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିଛନ୍ତି । ସେ ରବର୍ଟ ବାଦ୍ରା କେସ ମଧ୍ୟ ଲଢ଼ିଥିଲେ। ଆସାରାମ କେସରେ ତୁଲସୀ ମଧ୍ୟ ନିଜ ସମୟ ଦେଇଥିଲେ କିନ୍ତୁ ବାପୁଙ୍କୁ ଜାମିନ ମିଳିପାରିନଥିଲା ।

ୟୁ ୟୁ ଲଲିତ –


ଆସାରାମଙ୍କ କେସ ଉଦୟ ଉମେଶ ଲତିଳତଙ୍କ ଶେଷ କେସ ମଧ୍ୟରୁ ଗୋଟିଏ । ଏହି କେସ ଲଢ଼ିବା ପରେ ସେ ସୁପ୍ରିମକୋର୍ଟ ଜଜ୍ ହୋଇଗଲେ । ଜଷ୍ଟିସ୍ ଲଲିତ ବିବାଦୀୟ ତିନି ତଲାକ ସମ୍ମନ୍ଧିତ ଶୁଣାଣିର ଅଂଶ ଥିଲେ । ୟୁୟୁ ଲଲିତ ମଧ୍ୟ ବାପୁଙ୍କ ପାଇଁ କେସ ଲଢ଼ିଥିଲେ, କିନ୍ତୁ ବିଚାର ବିମର୍ଷ ପରେ ମଧ୍ୟ ବାପୁଙ୍କ ବେଲ ଦେଇ ପାରିନଥିଲେ ।

ସଲମାନ ଖୁର୍ସିଦ –


ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ଥିଲେ ସଲମାନ ଖୁର୍ସିଦ । ଆସାରାମଙ୍କ କେସରେ ମେଡ଼ିକାଲ ଗ୍ରାଉଣ୍ଡରେ ବାପୁଙ୍କୁ ଜାମିନ ମିଳିବା ନେଇ ଚେଷ୍ଟା କରିଥିଲେ । ତଥାପି ବାପୁ ବାହରକୁ ଆସିପାରିଲେ ନାହିଁ ।

ସିଦ୍ଧାର୍ଥ ଲୁଥରା –

siddharth-luthra
ସିଦ୍ଧାର୍ଥ ଲୁଥରା ସୁପ୍ରିିମକୋର୍ଟର ଜଣେ ବରିଷ୍ଠ ଓକିଲ । ସିଦ୍ଧାର୍ଥ ଲୁଥରା ଭାରତର ଆଡ଼ିସନାଲ ସଲିସିଟର ରହିସାରିଛନ୍ତି । ସେ ବହୁତ ଚର୍ଚ୍ଚତ କେସର ଅଂଶ ମଧ୍ୟ ରହିଛନ୍ତି । ସିଦ୍ଧାର୍ଥ ଲୁଥରା ଆସାରାମଙ୍କ ରୋଗ ଆଧାରରେ ତାଙ୍କୁ ବେଲ ମିଳୁ ବୋଲି ଦାବି କରିଥିଲେ । ଏନେଇ ବିଚାର କରିବେ ବୋଲି କୋର୍ଟ କହିଥିଲେ । କିନ୍ତୁ କିଛି ହୋଇପାରନଥିଲା ।

ରାଜୁ ରାମଚନ୍ଦ୍ରନ –


ରାଜୁ ରାମଚନ୍ଦ୍ରନ ସୁପ୍ରିିମକୋର୍ଟର ସିନିୟର ଅଧିବକ୍ତା ଅଟନ୍ତି । ସେ ଆଡ଼ିସନାଲ ସଲିସିଟର ମଧ୍ୟ ରହିସାରିଛନ୍ତି । ୨୦୦୨ ଦଙ୍ଗା ଓ ଅଜମଲ କସାବ କେସରେ ସେ ନ୍ୟାୟ ମିତ୍ର ରହିସାରିଛନ୍ତି । ଆସାରାମ କେସରେ ରାଜୁ ରାମଚନ୍ଦ୍ରନ ସୁପ୍ରିମକୋର୍ଟରେ ବାପୁଙ୍କ ଶାରୀରିକ ଅବସ୍ଥା ଭଲ ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ । ତାଙ୍କୁ ତୁରନ୍ତ ଦୁଇ ମାସର ଜାମିନ ଦେବା ପାଇଁ ଯୁକ୍ତି କରିଥିଲେ, କିନ୍ତୁ ସୁପ୍ରିମକୋର୍ଟ ଏଥିରେ ମନା କରିଦେଇଥିଲେ ।

ସୁବ୍ରମନ୍ୟମ ସ୍ୱାମୀ –


ୱିକିପିଡ଼ିଆ ଅନୁସାରେ ସୁବ୍ରମନ୍ୟମ ସ୍ୱାମୀ ଏକାଧାରରେ ଥିଲେ ଜଣେ ଓକିଲ, ଗଣିିତଜ୍ଞ, ରାଜନେତା , ରାଜ୍ୟସଭା ସାଂସଦ । ଏହାସହ ସେ ପ୍ଲାନିଂ କମିସନର ମେମ୍ବର ମଧ୍ୟ ରହିସାରିଛନ୍ତି । ୨ ଜି ସ୍କାମ ଖୁଲାସା କରିବାରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଆସାରାମ କେସରେ ସେ ଯୋଦ୍ଧପୁର ଜେଲ ଯାଇ ଆସାରମଙ୍କୁ ସାକ୍ଷାତ କରିଥିଲେ । ଆଉ ବାହରକୁ ଆସି ସେ ଘୋଷଣା କରିଥିଲେ ଆସାରାମଙ୍କ ବିରୋଧରେ ଥିବା ସମସ୍ତ କେସ ନକଲି ଅଟେ । ସୁବ୍ରମନ୍ୟମ ସ୍ୱାମିଙ୍କ ଅନେକ ଦଲିଲ ସତ୍ୱେ ବାପୁଙ୍କୁ ଜାମିନ ମିିଳିଲା ନାହିଁ ।