ଆସାମରେ ଏନ୍ଆରସି ତାତି ! ବିମାନବନ୍ଦରରେ ଟିଏମସିର ୮ ନେତା ଅଟଳ,ମମତା କହିଲେ, ସିଲଚରରେ ସୁପର ଏର୍ମଜେନ୍ସି ପରିସ୍ଥିତି ।

49

କନକ ବ୍ୟୁରୋ : ଆସାମର ଏନ୍ଆରସି ତାଲିକା ନେଇ  ସଂସଦ ଠାରୁ ଆରମ୍ଭ କରି ରାଜରାସ୍ତାରେ ପହଂଚିଛି । ସେପଟେ ଆସାମରେ ମଧ୍ୟ ଏହାକୁ ନେଇ ଜୋର ଧରିଛି ରାଜନୀତି । ଏନ୍ଆରସିକୁ ବିରୋଧ କରୁଥିବା ୬ଜଣ ଟିଏମସି ସାଂସଦ ଓ ୨ଜଣ ବିଧାୟକଙ୍କୁ ଆସାମର ସିଲଚର ବିମାନ ବନ୍ଦରରେ ଅଟକ ରଖାଯାଇଥିଲା । ଅଟକ ରଖାଯାଇଥିବା ନେତାମାନେ ବିମାନ ବନ୍ଦରରେ ହିଁ ରହିବେ ବୋଲି କହିଥିବା ଖବର ମିଳିଛି । ଏନ୍ଆରସି ତାଲିକାରୁ ବାଦ୍ ପଡିଥିବା ଲୋକଙ୍କୁ ଦେଖା କରିବା ପାଇଁ ଏମାନେ ଆସାମ ଯାଇଥିବା କହିଛନ୍ତି । ଏନ୍ଆରସି ବିରୋଧରେ ସେମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଚାହୁଁଥିବା ବେଳେ ତାଙ୍କୁ ଜବରଦସ୍ତ ବିମାନବନ୍ଦରରେ ଅଟକ ରଖାଯାଇଛି ବୋଲି ସେମାନେ କହିଛନ୍ତି ।

ଟିଏମସିର ବରିଷ୍ଠ ନେତା ମାନେ ଆସାମ ସରକାରଙ୍କ ଏହି ପଦକ୍ଷେପର ସମାଲୋଚନା କରିଛନ୍ତି । ତୃଣମୂଳ କଂଗ୍ରେସ ନେତାଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ କରିଛନ୍ତି ଟିଏମସି ନେତା ଡେରେକ ଓ ବ୍ରାୟନ । ଅଟକ ରଖାଯାଇଥିବା ସମସ୍ତ ନେତା ଜନପ୍ରତିନିଧି ହୋଇଥିବା ବେଳେ ସେମାନେ କୌଣସି ଆଇନ କାନୁନ ଭଙ୍ଗ କରିନାଥିଲେ ସୁଦ୍ଧା ସେମାନଙ୍କୁ ଅଟକ ରଖାଯାଇଥିବା ସେ କହିଛନ୍ତି । ସେପଟେ ସ୍ଥାନୀୟ ଅଂଚଳରେ ୧୪୪ଧାରା ଲାଗୁ ରହିଥଇବା ଯୋଗୁଁ ତାଙ୍କ ଅଟକ ରଖାଯାଇଥିବା ପୁଲିସ କହିଛି । ଟିଏମସି ନେତାଙ୍କୁ ଅଟକ ରଖିବା ପ୍ରସଙ୍ଗରେ ପ୍ରତିକ୍ରୀୟା ରଖିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜି । ସିଲଚରରେ ସୁପର ଏର୍ମଜେନ୍ସି ଲାଗୁ ହୋଇଛି ବୋଲି ସେ କହିଛନ୍ତି ।