ବିହାର ରାଜନୀତିରେ ସଂଖ୍ୟାର ଅଙ୍କକଷା ! ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୨୨

36

କନକ ବ୍ୟୁରୋ: ବିହାରରେ ନୀତୀଶ ନେତୃତ୍ୱର ନୂଆ ସରକାର ବିଧାନସଭାରେ ଆଜି ବହୁମତ ସାବ୍ୟସ୍ତ କରିବ । ଏଥିପାଇଁ ବିହାର ବିଧାନସଭାରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ନୀତୀଶ କୁମାରଙ୍କ ସରକାର ପାଖରେ ୧୩୨ବିଧାୟକଙ୍କ ସମର୍ଥନ ଥିବା ଦାବି କରାଯାଉଛି ।

ଯେଉଁଥିରେ ଅଛନ୍ତି, ଜେଡିୟୁର ୭୧ ବିଧାୟକ, ବିଜେପିର ୫୩ ବିଧାୟକ, ୨ ଆରଏଲଏସପି, ୨ ଏଲଜିପି, ଗୋଟିଏ ଏଚଏଏମ ଓ ୩ ସ୍ୱାଧୀନ ବିଧାୟକ । ୨୪୩ ଆସନ ବିଶିଷ୍ଟ ବିହାରର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ନୀତିଶ ସରକାରଙ୍କୁ ୧୨୨ ବିଧାୟକଙ୍କ ସମର୍ଥନ ଦରକାର । ତେବେ ବିଜେପି ସହ ମେଂଟକୁ ନେଇ କିଛି ବରିଷ୍ଠ ଜେଡିୟୁ ନେତା ବିରୋଧ କରୁଥିବା ଶୁଣିବାକୁ ମିଳୁଛି ।

ଏବେ ଜାଣନ୍ତୁ ବିହାର ବିଧାନସଭାର ଗଣିତ । ବିହାର ବିଧାନସଭାର ମୋଟ୍ ଆସନ ସଂଖ୍ୟା ହେଉଛି ୨୪୩ । ଆରଜେଡିର ୮୦ ବିଧାୟକ ଥିବାବେଳେ ଜେଡିୟୁର ୭୧, ବିଜେପିର ୫୩, କଂଗ୍ରେସର ୨୭, ୨ ଆରଏଲଏସପି, ୨ ଏଲଜିପି, ଗୋଟିଏ ଏଚଏଏମ ଓ ୩ ସ୍ୱାଧୀନ ବିଧାୟକ । ଏବେ ଜେଡିୟୁ ଓ ବିଜେପି ମଧ୍ୟରେ ମେଂଟ ହେବା ପରେ ଏହି ମେଂଟ ପାଖରେ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ବି ରହିଛି ।

ବହୁମତ ପାଇଁ ଆବଶ୍ୟକ ୧୨୨ ଆସନ । କିନ୍ତୁ ଜେଡିୟୁର ୭୧ ଓ ବିଜେପିର ରହିଛନ୍ତି ୫୩ ବିଧାୟକ । ତେବେ ବିହାରର ଏନଡିଏର ସଦସ୍ୟ ସଂଖ୍ୟା ହେଉଛି ୫୮ । ଏହି ଅଙ୍କକୁ ମିଶାଇଲେ ବିହାରରେ ଜେଡିୟୁ-ବିଜେପି ମେଂଟକୁ ୧୩୨ ସଦସ୍ୟଙ୍କ ସମର୍ଥନ ମିଳୁଛି । ତେବେ ୪ ବର୍ଷ ପରେ ବିହାରରେ ବିଜେପି ସରକାରକୁ ଫେରୁଛି ।