ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୁଣି ଗର୍ଜିଲେ ପୂର୍ବତନ ମନ୍ତ୍ରୀ କପିଲ ମିଶ୍ରା ! ଆକ୍ରମଣରେ ଆପ୍ ସଦସ୍ୟଙ୍କ ସମ୍ପୃକ୍ତି ଅଭିଯୋଗ

21

କନକ ବ୍ୟୁରୋ : ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ପୁଣି ଗର୍ଜିଲେ ପୂର୍ବତନ ମନ୍ତ୍ରୀ କପିଲ ମିଶ୍ରା । ଗତକାଲି ଅନଶନ ରତ କପିଲ ମିଶ୍ରାଙ୍କ ଉପରେ ଆପ୍ ସମର୍ଥକ ଆକ୍ରମଣ କରିଥିବା କପିଲ ମିଶ୍ରା କହିଛନ୍ତି । କପିଲ ମିଶ୍ରାଙ୍କ ଉପରେ ଆପ୍ କର୍ମୀ ଆକ୍ରମଣ କରିଥିବା ବେଳେ ଜାଣିଶୁଣି ଲୋକଙ୍କୁ ଭ୍ରମିତ କରାଯାଉଥିବା ସେ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏଥିରେ ଆପର ସମ୍ପୃକ୍ତି ଥିଲେ ମଧ୍ୟ ବିଜେପିକୁ ଟାର୍ଗେଟ କରାଯାଉଛି । ଅନଶନ କରୁଥିବା କପିଲ ମିଶ୍ରାଙ୍କୁ ଆପ୍ ସମର୍ଥକ ଟଣା ଓଟରା କରିବା ସହ ସାର୍ଟ ଚିରି ଦେଇଥିଲେ ।

ଏହାସହ ଟଙ୍କା କାରବାରରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କାହିଁକି ଚୁପ୍ ବସିଛନ୍ତି ବୋଲି କପିଲ ପ୍ରଶ୍ନ କରିଛନ୍ତି । ଆପ୍ ନେତାଙ୍କ ବିଦେଶ ଯାତ୍ରା ସମ୍ପର୍କରେ ପୁଣି ଥରେ ସମ୍ପୂର୍ଣ ବିବରଣୀ ମାଗିଛନ୍ତି କପିଲ । ସେପଟେ ଟ୍ୟାଙ୍କର ଦୁର୍ନୀତି ମାମଲାରେ ଆଜି ଆଂଟି କରପସନ୍ ବ୍ୟୁରୋରେ କପିଲ ମିଶ୍ରାଙ୍କ ବୟାନ ରେକର୍ଡ କରାଯିବ । ଟ୍ୟାଙ୍କର ଦୁର୍ନୀତିରେ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ସହଯୋଗୀ ସମ୍ପୃକ୍ତ ଥିବା ନେଇ ଏସିବିରେ ମାମଲା ରୁଜୁ କରିଛନ୍ତି କପିଲ । ଗତକାଲିଠାରୁ ଆରମ୍ଭ ହୋଇଥିବା ତାଙ୍କ ଅନଶନ ଆଜି ମଧ୍ୟ ଜାରି ରହିବ ।