ମୋଦିଙ୍କୁ ଅନୁରୋଧ କଲେ କେଜରିୱାଲ ! ବିଜେପିର କାର୍ଯ୍ୟକ୍ରମ ଅପେକ୍ଷା ପାଇଲଟଙ୍କୁ ଫେରାଇ ଆଣିବାରେ ସମୟ ଓ ଶକ୍ତି ଖର୍ଚ୍ଚ କର

457

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି । ତେବେ ଏହି କାର୍ଯ୍ୟକ୍ରମକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନୁରୋଧ କରିଥିଲେ । ଆମ ଆଦମି ପାର୍ଟିର ମୁଖିଆ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଏହି କାର୍ଯ୍ୟକ୍ରମକୁ ସ୍ଥଗିତ କରାଯିବା ଆବଶ୍ୟକ । ବର୍ତ୍ତମାନ ସମୟରେ ନିଜର ସମସ୍ତ ଶକ୍ତି ଓ ସମୟକୁ ଭାରତୀୟ ପାଇଲଟକୁ ଫେରାଇ ଆଣିବା ଉପରେ ଲଗାଇବା ଦରକାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୧୨ ଠାରୁ ସାରା ଦେଶରେ ଏକ କୋଟି ବିଜେପି କାର୍ଯ୍ୟକର୍ତ୍ତା ଓ ଅନ୍ୟ ବିଶିଷ୍ଟ ନାଗରିକଙ୍କୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରୁଛନ୍ତି । ବିଜେପି ଦାବି କରିଛି ଏହା ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଭିଡ଼ିଓ କନଫରେନ୍ସ ଅଟେ । ଅରବିନ୍ଦ କେଜରିୱାଲ ବିଜେପିର କାର୍ଯ୍ୟକ୍ରମକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ରିଟ୍ୱିଟ୍ କରିଛନ୍ତି ।

ଅରବିନ୍ଦ କେଜୱାଲ କହିଛି  ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରୁଛି କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଉ । ଏବେ ଭାରତୀୟ ବାୟୁସେନା ପାଇଲଟଙ୍କୁୁ ସୁରକ୍ଷିତ ଆଣିବା ଅଧିକ ଆବଶ୍ୟକ । ପାକିସ୍ତାନ ସହ କିପରି ପାଇଲଟଙ୍କୁ ଫେରାଇଲ ତାଉପରେ ଅଧିକ ଚର୍ଚ୍ଚା ହେବା ଦରକାର । ଅନ୍ୟପଟେ ମୋଦିଙ୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସମୟରେ ଦେଶର ସମସ୍ତ କାର୍ଯ୍ୟକର୍ତ୍ତାକୁ ସମ୍ବୋଧିତ କରୁଛନ୍ତି ମୋଦି ।