ପୁଣି ମୋଦିଙ୍କୁ ଟାର୍ଗେଟ କଲେ କେଜରିୱାଲ ! ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଲେ ପିଲାଙ୍କୁ ଚୌକିଦାର କରିବା ପାଇଁ ଚାହିଁଲେ ମୋଦିଙ୍କୁ ଭୋଟ
କନକ ବ୍ୟୁରୋ : ‘ମେଁ ଭି ଚୌକିଦାର’ କ୍ୟାମ୍ପେନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏହି କ୍ୟାମ୍ପେନକୁ ନେଇ ବିରୋଧୀ ସବୁବେଳେ ମୋଦିଙ୍କୁ ସମାଲୋଚନା କରୁଛନ୍ତି । ଏପ୍ରସଙ୍ଗରେ ଆଜି ଆମ ଆଦମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ନିଜ ପିଲାଙ୍କୁ ଚୌକିଦାର କରିବା ପାଇଁ ଚାହୁଁଥିଲେ, ମୋଦିଙ୍କକୁ ଭୋଟ ଦିଆ ବୋଲି କହିଛନ୍ତି କେଜରିୱାଲ । ଅନ୍ୟପଟେ ପିଲାଙ୍କୁ ଉତ୍ତମ ଶିକ୍ଷା ଦେଇ ଡକ୍ଟର, ଇଞ୍ଜିନିୟର ଓ ଓକିଲ କିରବା ପାଇଁ ଚାହୁଁଥିଲେ ସଚ୍ଚୋଟ ଲୋକ ତଥା ଆମ ଆଦମି ପାର୍ଟକୁ ଭୋଟ୍ ଦିଅ ବୋଲି ମଧ୍ୟ କହିଛନ୍ତି । ସୂଚନାଯୋଗ୍ୟ ‘ମେଁ ଭି ଚୌକିଦାର’ କ୍ୟାମ୍ପେନକୁ ମୋଦି ଲଂଚ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜେପିର ‘ମେ ଭି ଚୌକିଦାର’ ଅଭିଯାନ ଅନୁସାରେ ମୋଦି, ମନ୍ତ୍ରୀଙ୍କ ସମେତ ନେତାମାନେ ଟ୍ୱିଟର ହ୍ୟାଣ୍ଡେଲରେ ନିଜ ନାମ ସହ ଚୌକିଦାର ଲେଖିଥିଲେ । ଆଉ ତା’ପରେ ଆରମ୍ଭ ହୋଇଥିଲା ପ୍ରଚାର ଯୁଦ୍ଧ । ତା’ପୂର୍ବରୁ କଂଗ୍ରେସ ଆରମ୍ଭ କରିଥିଲା ଚୌକିଦାର ଚୋର ହେ । ତେବେ କଂଗ୍ରେସର କ୍ୟାମ୍ପେନ ଠାରୁ ଢ଼େର ଅଧିକ ଥର ଟ୍ରେଣ୍ଡ ହୋଇଥିଲା ବିଜେପିର ‘ମେ ଭି ଚୌକିଦାର’ କ୍ୟାମ୍ପେନ୍ ।
ସେପଟେ ମେଁ ଭି ଚୌକିଦାର ର ଆସିଲା ନୂଆ ଭିଡିଓ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୂଆ ଭିଡିଓଟିକୁ ଜାରି କରିଛନ୍ତି । ଏଥିସହ ସେ ଲେଖିଛନ୍ତି ଚୌକିଦାରଙ୍କ ଅପମାନ ହୋଇଛି । ଆଜି ପୁରା ଦେଶ ଚୌକିଦାର ହୋଇ ଛିଡା ହୋଇଛି । ଏହି ଚୌକିଦାର ହିଁ ଆଜି ଦେଶ ଭକ୍ତିର ପର୍ଯ୍ୟାୟ ହୋଇଛି ।