ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ବିଜେପି ଓଡିଶା ପ୍ରଭାରୀଙ୍କ ଆକ୍ଷେପ ! ଅରୁଣ ସିଂହ କହିଲେ, କଂଗ୍ରେସ ସଭାପତି ହେଲେ ମିଛୁଆଙ୍କ ସର୍ଦ୍ଦାର

104

କନକ ବ୍ୟୁରୋ: କଂଗ୍ରେସ ମିଛର ଫ୍ୟାକ୍ଟ୍ରି । ଆଉ ରାହୁଲ ଗାନ୍ଧୀ ମିଛୁଆଙ୍କ ସର୍ଦ୍ଦାର । ଓଡିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏଭଳି ଭାଷାରେ ରାହୁଲଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି । ଭୁବନେଶ୍ୱର ବିମାନବନ୍ଦର ପହଂଚିବା ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ।

ଅରୁଣ ସିଂ କହିଛନ୍ତି ରାହୁଲ ମଶିନ ଭଳି ମିଛ କହନ୍ତି । ତେଣୁ ତାଙ୍କ ଉପରେ ଦେଶର ଜନତା ଆଉ ବିଶ୍ୱାସ କରୁନାହାନ୍ତି । ଦଳର ସାଙ୍ଗଠନିକ କାର୍ଯ୍ୟ ତଦାରଖ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କ ଓଡିଶା ଗସ୍ତ କାର୍ଯ୍ୟକୁ ତଦାରଖ କରିବାକୁ ଅରୁଣ ସିଂ ଓଡିଶା ଆସିଛନ୍ତି ।

ଉଲ୍ଲେଖ ଥାଉ କି, ନିକଟରେ ଓଡିଶାରେ ଆୟୋଜିତ କଂଗ୍ରେସର ପରିବର୍ତ୍ତନ ସମାବେଶରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଥିଲେ ରାହୁଲ । ଓଡିଶା ମାଟିରୁ ବିଜେପି ଓ ଆରଏସଏସକୁ ବି ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀ ମୋଦି ଘୃଣା ଓ ଅସ୍ୱୀୟାର ରାଜନୀତି କରୁଥିବା କହିବା ସହ କଂଗ୍ରେସ ଗାଳିକୁ ବି ଉପହାର ଭାବେ ଗ୍ରହଣ କରେ ବୋଲି କହିଥିଲେ କଂଗ୍ରେସ ଅଧ୍ୟକ୍ଷ । ଅନ୍ୟମାନଙ୍କ କଥା ଶୁଣିବାକୁ ମୋଦି ପସନ୍ଦ କରନ୍ତି ନାହିଁ, କିନ୍ତୁ କଂଗ୍ରେସର ମଡେଲ ଭିନ୍ନ ଓ ଲୋକଙ୍କ ମତାମତ ନେଇ ସରକାର ଚଳାଇବାକୁ ଚାହୁଁଥିବା କହିଥିଲେ ରାହୁଲ ଗାନ୍ଧି ।