ଓଡିଶା ନିର୍ମାଣ କନକ୍ଲେଭ୍ ଆରମ୍ଭରେ କୃଷିର ବିକାଶ ନେଇ କୃଷିମନ୍ତ୍ରୀଙ୍କ ବକ୍ତବ୍ୟ : କୃଷକଙ୍କ ପାଇଁ ଆରମ୍ଭ ହୋଇଛି କୃଷି ବଜେଟ୍, ଚାଷୀଙ୍କ ସମସ୍ୟା ପାଇଁ ସରକାର ବେଶ୍ ସଚେତନ

186

କନକ ବ୍ୟୁରୋ : କୃଷକଙ୍କ ପାଇଁ କୃଷି ବଜେଟ୍ ଆରମ୍ଭ କରାଯାଇଛି । ଚାଷୀଙ୍କ ସମସ୍ୟା ପାଇଁ ସରକାର ବେଶ୍ ସଚେତନ । କୃଷି ପ୍ରତି ବର୍ତ୍ତମାନ ଆଇଆଇଟି, ବିକେଟ୍ କରୁଥିବା ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ଚାଷ ପ୍ରତି ବେଶ୍ ଆଗ୍ରହ ଦେଖାଉଥିବାରେ ଦେଖିବାକୁ ମିଳୁଛି । ଲକ୍ଷ ଲକ୍ଷ ଟଙ୍କାର ଚାକରି ଛାଡ଼ି କୃଷିକୁ ବୃତ୍ତି ରୂପେ ଆପଣାଉଛନ୍ତି ଯୁବଗୋଷ୍ଠୀ । ଏବେ ଚାଷୀଙ୍କୁ ବ୍ୟାଙ୍କ ଋଣ ମିଳିବାରେ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ହେଲେ ଚାଷୀଙ୍କ ହିତ ପାଇଁ ଏ ପ୍ରସଙ୍ଗରେ ଆଲୋଚନା ଚାଲିଛି । ଖୁବଶୀଘ୍ର ଏହାର ସମାଧାନ ହେବ । ଓଡିଶା ନିର୍ମାଣ କନକ୍ଲେଭ୍- ୨୦୨୦ କନକ୍ଭେଲ ଆରମ୍ଭରେ କୃଷିର ବିକାଶ ନେଇ ବକ୍ତବ୍ୟ ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

ଭିତ୍ତିଭୂମି ବିକାଶ ପାଇଁ ସରକାର ସର୍ବଦା ଚେଷ୍ଟିତ । ମାଣ୍ଡିଆ ମଣ୍ଡି ଖୋଲିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାର ସହାୟତା କରୁଛନ୍ତି । କେବଳ ରାଜନୀତି ପାଇଁ କିଛି ଘୋଷଣା କରାଯାଉ ନାହିଁ । ନିର୍ବାଚନ ପରେ ବି ଅନେକ କିଛି ଚାଷୀଙ୍କ ପାଇଁ ଘୋଷଣା କରାଯାଇଛି । ଚାଷୀ ହାତକୁ ଟଙ୍କା ଆସିବା ପାଇଁ ପଦକ୍ଷେପ ନିଆଯାଉଛି । ଲାଭଜନକ ଚାଷ ପ୍ରତି ଚାଷୀଙ୍କୁ ସଚେତନ କରାଯାଉଛି । ପାରମ୍ପରିକ ଚାଷ ପ୍ରତି କୃଷକ ନିଜକୁ ସହଜ ମନେକରୁଛି ବୋଲି କହିଛନ୍ତି କୃଷିମନ୍ତ୍ରୀ ।