ଜିଏସଟି ପରିଷଦ ବୈଠକରେ ଧାର୍ଯ୍ୟ ହେଲା ଟିକସ ହାର ! ଶସ୍ତା ହେବ ଖାଦ୍ୟଶସ୍ୟ, ଡାଲି ଓ କମିବ ଟିଭି, ଫ୍ରିଜ୍ ଦର

31

କନକ ବ୍ୟୁରୋ : ଜିଏସଟି ଲାଗୁ ହେଲେ କେଉଁ ଦ୍ରବ୍ୟ ଉପରେ କେତେ ଟିକସ ଲାଗୁ ହେବ ତାହା ସ୍ପଷ୍ଟ ହୋଇଛି । ସୂଚନା ଅନୁଯାୟୀ ଏହି ଟିକସ ହାର ଲାଗୁ ହେଲେ ମହଙ୍ଗା ହେବ ଲକ୍ସରୀ କାର । ଲକ୍ସରୀ କାର ଉପରେ ୨୮ପ୍ରତିଶତ ଟ୍ୟାକ୍ସ ସହିତ ୧୫ପ୍ରତିଶତ ସେସ୍ ଲାଗୁ କରାଯିବ । ସେହିପରି ଏସି ଓ ଫ୍ରୀଜ୍ ଭଳି ଦୀର୍ଘସ୍ଥାୟୀ ଦ୍ରବ୍ୟକୁ ମଧ୍ୟ ୨୮ ପ୍ରତିଶତ ଟ୍ୟାକ୍ସ କାଟାଗୋରୀରେ ରଖାଯାଇଛି ।

ଖାଦ୍ୟ ପଦାର୍ଥ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଏହି ଟ୍ୟାକ୍ସ ସ୍ଲାବରୁ ବାହାରେ ରଖାଯାଇଛି । ତେବେ ମିଠାଇ , ଖାଇବା ତେଲ, ଚିନି, ଚା, କଫି ଭଳି ସାମଗ୍ରୀ ଉପରେ ୫ପ୍ରତିଶତ ଟ୍ୟାକ୍ସ ରେଟ୍ ବସାଇବାକୁ ନିଷ୍ପତି ନିଆଯାଇଛି । ସେହିପରି ହେଆର ଅଏଲ୍, ଟୁଥ୍ ପେଷ୍ଟ ଓ ସାବୁନ ଭଳି ସାମଗ୍ରୀ ଉପରେ ୧୮ପ୍ରତିଶତ ଟ୍ୟାକ୍ସ କାଟାଗୋରୀରେ ରଖିଛି ଗୁଡ୍ସ ଓ ସର୍ଭିସ୍ କୋଉଁସିଲ୍ ।

ଗୁଡ୍ସ ଓ ସର୍ଭିସ କାଉଁସିଲ ଆଜି ୧୨୧୧ଟି ଦ୍ରବ୍ୟ ଓ ସେବା ଉପରେ ନିର୍ଦ୍ଧାରଣ କରିଛନ୍ତି ଟିକସ ହାର । କେଉଁ ଦ୍ରବ୍ୟ ଓ ସାମଗ୍ରୀକୁ କେଉଁ ସ୍ଲାବରେ ରଖାଯିବ ତାହା ସ୍ଥିର କରିଛି କାଉଁସିଲ୍ । ଅଧିକାଂଶ ସାମଗ୍ରୀ ଉପରେ ୧୮ ପ୍ରତିଶତରୁ ଟ୍ୟାକ୍ସ କମ୍ ରଖିବାକୁ ନିଷ୍ପତି ନେଇଛି କାଉଁସିଲ୍ । ଶ୍ରୀନଗରରେ ଅନୁଷ୍ଠିତ ଜିଏସଟି କାଉଁସିଲର ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ସୂଚନା ଦେଇଛନ୍ତି ।