ଏଥର ଫେବୃଆରୀରେ ଆସିବନି ପୂର୍ଣ୍ଣାଙ୍ଗ ବଜେଟ୍ : ନିର୍ବାଚନ ପାଇଁ କାମଚଳା ବଜେଟ୍ ଆଣିବାକୁ ମୋଦି ସରକାରଙ୍କ ଯୋଜନା

ମତାମତ ଲୋଡିଲା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ, ସରକାର ରଖିବେ ଆଗାମୀ ୫ ବର୍ଷର ପ୍ଲାନ୍

99

କନକ ବ୍ୟୁରୋ : ଏଥର ପୂର୍ଣ୍ଣାଙ୍ଗ ନୁହଁ ବରଂ ଫେବୃଆରୀରେ କାମଚଳା ବଜେଟ୍ ଉପସ୍ଥାପନ ହେବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି । ନୂଆ ସରକାର ଆସିଲେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ । ଏପ୍ରିଲ-ମେ ମାସରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମାର୍ଚ ମାସର ଯେକୌଣସି ମୁହୁର୍ତ୍ତରେ ଭାରତୀୟ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧୀ କଟକଣା ଲାଗୁ କରିପାରନ୍ତି ।

ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟରେ ବ୍ୟୟବରାଦ କରାଯିବ । କାମଚଳା ବଜେଟ୍ ହେଲେ ମଧ୍ୟ ଅର୍ଥମନ୍ତ୍ରୀ ଟିକସରେ କିଛିଟା ପରିବର୍ତନ ପାଇଁ ପ୍ରସ୍ତାବ ଆଣିପାରନ୍ତି । ବଜେଟ୍ ପ୍ରସ୍ତାବରେ କଣ ସବୁ ଉଲ୍ଲେଖ କରାଯିବ ସେ ସଂକ୍ରାନ୍ତରେ ବିଭିନ୍ନ ମନ୍ତ୍ରାଳୟଠାରୁ ଅର୍ଥ ମନ୍ତ୍ରାଳୟ ମତାମତ ଲୋଡିଛି । କେନ୍ଦ୍ର ସରକାର କାମଚଳା ବଜେଟ୍ ଉପସ୍ଥାପନର ସୁଯୋଗ ନେଇ ଆଗାମୀ ୫ ବର୍ଷ ପାଇଁ କଣ କରାଯିବ, ତାର ଏକ ଦୃଶ୍ୟପଟ ଉପସ୍ଥାପନ କରିବେ ।