ବଜେଟ୍ ପରେ ନ୍ୟୁୟର୍କରୁ ଜେଟଲିଙ୍କ ପ୍ରତିକ୍ରିୟା ! କହିଲେ କୃଷିଋଣ ଛାଡ ଏକ ସମାଧାନ ନୁହେଁ, କୃଷିକ୍ଷେତ୍ରକୁ ଆବଶ୍ୟକ ସହଯୋଗ ।

188

ସ୍ୱାସ୍ଥ୍ୟଗତ କାରଣରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଥିବା ଭାରତର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଶୁକ୍ରବାର ନିଜର ମତ ରଖିଛନ୍ତି । ଲୋକସଭାରେ ଅସ୍ଥାୟୀ ଅର୍ଥମନ୍ତ୍ରୀ ପିୟୁଷ ଗୋୟଲଙ୍କ ଦ୍ୱାରା ଆଗତ ମୋଦି ସରକାରଙ୍କ ବଜେଟକୁ ଜେଟଲୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଚାଷୀଙ୍କ ଋଣଛାଡ଼ ଏକ ସମାଧାନ ନୁହେଁ, କୃଷି କ୍ଷେତ୍ରକୁ ସହଯୋଗ କରାଯିବା ଆବଶ୍ୟକ । ଆଜିର ବଜେଟରୁ ଚାଷୀମାନେ ଉପକୃତ ହେବେ । ମଧ୍ୟବିତ୍ତଙ୍କ ଖର୍ଚ୍ଚ କରିବାର କ୍ଷମତା ବଢ଼ିବ। ବର୍ଷ ୨୦୨୨ ସୁଦ୍ଧା ସମସ୍ତଙ୍କ ବାସସ୍ଥାନ ରହିବ ଓ ବିଦ୍ୟୁତ ସଂଯୋଗ କରାଯିବ ବୋଲି ଜେଟଲୀ କହିଛନ୍ତି ।

ତେବେ ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ବଜେଟରେ ଚାଷୀଙ୍କ ପାଇଁ ଖୁସି ଖବର ରହିଛି । ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ୨ ହେକ୍ଟରରୁ କମ୍ ଜମି ଥିବା ଚାଷୀଙ୍କୁ ମିଳିବ ବାର୍ଷିକ ୬ ହଜାର ଟଙ୍କା । ୧ ଡିସେମ୍ବର ୨୦୧୮ରୁ ପିଛିଲା ଭାବେ ଏହି ଟଙ୍କା ମିଳିବ । ପ୍ରଥମ କିସ୍ତିରେ ତୁରନ୍ତ ମିଳିବ ୨ହଜାର ଟଙ୍କା । ଏଥିପାଇଁ ସରକାର ୭୫ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିପରି ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ବି ପେନସନ ବ୍ୟବସ୍ଥା ହୋଇଛି ।