ଛୋଟ ବ୍ୟବସାୟ ବଡ ଅଫର : କାରବାରର ମାତ୍ର ୬ ପ୍ରତିଶତ ଉପରେ ଲାଗିବ ଆୟକର

23

କନକ ବ୍ୟୁରୋ : ଛୋଟ ବ୍ୟବସାୟୀଙ୍କ ପାଇଁ ବଡ ଅଫର । ଡିଜିଟାଲ ମୋଡରେ କାରବାର ପାଇଁ ପ୍ରୋତ୍ସାହନ । ବର୍ଷକୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ଡିଜିଟାଲ ମୋଡରେ କଲେ ଆୟକରରେ ରିହାତି ମିଳିବ । ଏପରିକି ବ୍ୟବସାୟୀମାନେ ଏଥିପାଇଁ କୌଣସି ଆକାଉଂଟ ବୁକ୍ ରଖିବା ମଧ୍ୟ ଆବଶ୍ୟକ ନାହିଁ । ୨ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ହେଲେ, ଆମଦାନୀ କମ୍ ବୋଲି ଧରାଯିବ ।

ଆୟ ମାତ୍ର ୬ ପ୍ରତିଶତ ବୋଲି ଧରି ନିଆଯିବ । ଏହା ଉପରେ ଆୟକର ନିର୍ଦ୍ଧାରଣ କରାଯିବ । ତେବେ ଡିଜିଟାଲ ମୋଡରେ କାରବାର ନହେଲେ ଏହା ପୂର୍ବଭଳି ଆୟ ୮ ପ୍ରତିଶତ ବୋଲି ଧରାଯିବ । କ୍ୟାସଲେସ ଟ୍ରାନଜାକ୍ସନକୁ ଗୁରୁତ୍ୱ ଦେଇ ଏହା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।