ଅନ୍ତିମ ଯାତ୍ରାରେ ଅରୁଣ ଜେଟଲୀ : ବାସଭବନରୁ ବିଜେପି କାର୍ଯ୍ୟାଳୟ ଅଭିମୁଖେ ଶୋଭାଯାତ୍ରା,ଗୋଟାଏ ଯାଏଁ ଚାଲିବ ଶେଷ ଦର୍ଶନ

134

କନକ ବ୍ୟୁରୋ : ଅନ୍ତିମ ଯାତ୍ରାରେ ଅରୁଣ ଜେଟଲୀ । ଦିଲ୍ଲୀର ନିଗମବୋଧ ଘାଟରେ କରାଯିବ ଜେଟଲୀଙ୍କ ଅନ୍ତିମ ସଂସ୍କାର । ବାସଭବନରୁ ବିଜେପି କାର୍ଯ୍ୟାଳୟ ଅଭିମୁଖେ ଶୋଭାଯାତ୍ରା ବାହାରିଛି । ବିଜେପି କାର୍ଯ୍ୟାଳୟରେ ଗୋଟାଏ ଯାଏଁ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀର ରଖାଯିବ । ସେଠାରେ ଦିନ ଗୋଟାଏ ଯାଏଁ ତାଙ୍କ ଶେଷ ଦର୍ଶନ କରାଯିବ । ପରେ ଦିଲ୍ଲୀର ନିଗମବୋଧ ଘାଟରେ ୨ଟା ୩୦ସମୟରେ ଅନ୍ତିମ ସଂସ୍କାର କରାଯିବ ।

ମୋଦି ସରକାରଙ୍କ ପ୍ରଥମ ପାଳିରେ ଅର୍ଥ ଓ ପ୍ରତିରକ୍ଷା ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ୱ ତୁଲାଇଥିବା ଜେଟଲୀ । ମୋଦି ସରକାରଙ୍କ ବିମୁଦ୍ରାକରଣ ଓ ଜିଏସ୍ଟି ଭଳି ବଡ ନିଷ୍ପତିକୁ ସଫଳ କରାଇଥିଲେ । ଗତକାଲି ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଯାଇଥିଲେ ଅରୁଣ ଜେଟଲୀ । ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

ସେପଟେ ବନ୍ଧୁ ଅରୁଣ ଜେଟଲୀଙ୍କୁ ମନେପକାଇ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ମୋଦି । ବାହାରିନରେ ଭାରତୀୟ ସମୁଦାୟକୁ ସମ୍ବୋଧନ କଲା ବେଳେ ମୋଦି ଜେଟଲିଙ୍କ ବିୟୋଗ ବିଷୟରେ କହି ଭାବବିହ୍ୱଳ ହୋଇପଡିଥିଲେ । କର୍ତବ୍ୟର ଆହ୍ୱାନରେ ସେ ଏବେ ଦେଶରୁ ବାହାରେ ଅଛନ୍ତି ସେପଟେ ନିଜ ବନ୍ଧୁ ଜେଟଲୀ ବିଦାୟ ନେଇଗଲେ ବୋଲି କହିବା ସହ ଭାବବିହ୍ୱଳ ହୋଇପଡିଥିଲେ ମୋଦି । ନିକଟରେ ପରଲୋକ ଘଟିଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ମନେପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।