ଜେଟଲୀଙ୍କ ଟାର୍ଗେଟରେ ରାହୁଲ ! କ୍ଲାସରେ ଫେଲ୍ ହେଉଥିବା ଛାତ୍ରଙ୍କ ସହ କଂଗ୍ରେସ ଅଧ୍ୟକ୍ଷଙ୍କୁ କଲେ ତୁଳନା ।

122

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ବିଦେଶରୁ ସୁସ୍ଥ ହୋଇ ଫେରିବା ପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଜେଟଲୀ । ରାହୁଲ ଗାନ୍ଧିଙ୍କ ତୁଳନା ଫେଲ୍ ଷ୍ଟୁଡେଂଟ୍ସଙ୍କ ସହ କରିଛନ୍ତି ଜେଟଲୀ । କହିଛନ୍ତି ଫେଲ ହେଉଥିବା ବିଦ୍ୟାର୍ଥୀ ସବୁବେଳେ କ୍ସାସର ଟପ୍ପର ବିଦ୍ୟାର୍ଥୀଙ୍କ ଉପରେ ଇର୍ଷା କରିଥାଏ । ରାଫେଲ ଡିଲ, ଜିଏସଟି, ସର୍ଜିକାଲ ଷ୍ଟ୍ରାଇକ୍, ସୁପ୍ରିମକୋର୍ଟ, ନିର୍ବାଚନ ଆୟୋଗ, ସିବିଆଇ ବିବାଦ ଭଳି ତମାମ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟ ଫେଲ୍ ଷ୍ଟୁଡେଂଟଙ୍କ ଭଳି ରହିଥିବା ଅରୁଣ ଜେଟଲୀ କହିଛନ୍ତି ।

କଂଗ୍ରେସକୁ ଟାର୍ଗେଟ କରିବା ସହ ନିଜ ଫେସବୁକ ପେଜରେ ଏକ ପୋଷ୍ଟ କରିଛନ୍ତି ଜେଟଲୀ । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ରାଫେଲ ପ୍ରସଙ୍ଗ ଉପରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ୟକ୍ତିଗତ ଶତ୍ରୁତା ରଖିଥିବା ଭଳି ମନ୍ତବ୍ୟ ଦେଉଛନ୍ତି । ସେହିଭଳି ସର୍ଜିକାଲ ଷ୍ଟ୍ରାଇକକ ଏବଂ ଇଭିଏମ୍ ମେସିନ୍ ନେଇ ମଧ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ସମାଲୋଚନା କରିଛନ୍ତି ଜେଟଲୀ । ସେ କହିଛନ୍ତି, ଯେଉଁ ସମୟରେ ଇଭିଏମକୁ ନିର୍ବାଚନରେ ସାମିଲ କରାଗଲା, ସେତେବେଳେ ବାରତୀୟ ଜନତା ପାର୍ଟି, ଶାସନରେ ନଥିଲା । ଏହା ପରେ ଅନେକ ଦଳ ନିର୍ବାଚନ ଜିତିଛନ୍ତି, ହାରିଛନ୍ତି । କିନ୍ତୁ ଏବଂ ଇଭିଏମକୁ ନେଇ କଂଗ୍ରେସ ମିଛ ପ୍ରଚାର କରୁଥିବା ସେ କହିଛନ୍ତି ।

ସେହିପରି କୋଟି କୋଟି ଟଙ୍କା ଲୋନ୍ କରି ଦେଶରୁ ଫେରାର ହୋଇଯାଇଥିବା ଅପରାଧୀଙ୍କ ପ୍ରସଙ୍ଗରେ ମଧ୍ୟ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଅରୁଣ ଜେଟଲୀ । ସେ କହିଛନ୍ତି ଯେ, ଏଭଳି ଅପରାଧୀଙ୍କୁ ଦେଶରୁ ଫେରାର ହେବାରେ ବିଜେପି ସହାୟତା କରୁଥିବା ନେଇ ଅପପ୍ରଚାର କିମ୍ବା ମିଛପ୍ରଚାର କରୁଛି କଂଗ୍ରେସ । ଏହି କଥା ସେତେବେଳେ ପ୍ରମାଣିତ ହୋଇଥିଲା, ଯେତେବେଳେ ଦେଶ ଛାଡି ଫେରାର ହୋଇଯାଇଥିବା ଅନେକ ଅପରାଧୀଙ୍କୁ ଫେରାଇ ଆଣିବାରେ ମୋଦି ସରକାର ସଫଳ ହୋଇଥିଲେ ।