ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ! କେଜରିୱାଲଙ୍କ ବିରୋଧରେ ଅରୁଣ ଜେଟଲିଙ୍କ ଆଉ ଏକ ମାନହାନି ମକଦ୍ଦମା

24

କନକ ବ୍ୟୁରୋ : ପୁଣି ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ । କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି ତାଙ୍କ ବିରୋଧରେ ପୁଣି ଏକ ମାନହାନୀ ମକଦ୍ଦମା ଦାୟର କରିଛନ୍ତି । ୧୦ କୋଟି ଟଙ୍କାର ଏହା ମକଦ୍ଦମା ଦାୟର କରିଛନ୍ତି ଅରୁଣ ଜେଟଲି । ଗତ ବୁଧବାର ଦିନ କୋର୍ଟରେ କେଜରିୱାଲଙ୍କ ଓକିଲ ରାମ ଜେଠମଲାନୀ ତାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସମ୍ମାନହାନୀ କରିଥିବା ଅରୁଣ ଜେଟଲି ଅଭିଯୋଗ କରିଛନ୍ତି ।

ଏନେଇ ପୁଣି ୧୦ କୋଟି ଟଙ୍କାର ଏହି ମାନହାନୀ ମାମଲା ରୁଜୁ କରିଛନ୍ତି । ପୂର୍ବରୁ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସେ ୧୦ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି । ଡିଡିଏ ଦୁର୍ନୀତିରେ ଅରୁଣ ଜେଟଲିଙ୍କ ସଂପୃକ୍ତି ଥିବା ନେଇ କେଜରିୱାଲ ଅଭିଯୋଗ କରିଥିଲେ । ୧୩ ବର୍ଷ ଧରି ସେ ଏହି କ୍ରିକେଟ ସଂଗଠନର ମୁଖ୍ୟ ଥିବା ବେଳେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ ଅରବିନ୍ଦ କେଜରିୱାଲ ।