ଗାନ୍ଧୀବାଦ ଉପରେ ଆଧାରିତ ପରୀକ୍ଷା ଦେଲେ ଅଣ୍ଡରୱାଲ୍ଡ ଡନ୍ : ୮୦ ରୁ ୭୪ ମାର୍କ ରଖି ହାସଲ କଲେ ଶ୍ରେଷ୍ଠ ସ୍ଥାନ

98

ପ୍ରସିଦ୍ଧ ଅଣ୍ଡରୱାଲ୍ଡ ଡନ୍ ଅରୁଣ ଗାୱଲି ମହାତ୍ମା ଗାନ୍ଧୀଙ୍କ ଆଦର୍ଶବାଦ ଉପରେ ଆଧାରିତ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି । ଗାୱଲି ପରୀକ୍ଷାରେ ୮୦ରୁ ୭୪ ମାର୍କ ରଖିଛନ୍ତି । ସୂଚନା ମୁତାବକ, ନାଗପୁର ସେଣ୍ଟ୍ରାଲ ଜେଲ୍ ରେ ଗାୱଲି ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ୧୬୦ ଜଣ କଏଦୀ ସାମିଲ ହୋଇଥିଲେ । ଏହି ପରୀକ୍ଷା ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀ ଅବସରରେ ୧ ଅକ୍ଟୋବରରେ ହୋଇଥାଏ । ସହଯୋଗ ଟ୍ରଷ୍ଟ୍ ଏବଂ ସର୍ବୋଦୟ ଆଶ୍ରମ ମିଳିତ ଭାବେ ଏହି ପରୀକ୍ଷାର ଆୟୋଜନ କରାନ୍ତି ।

ଅଖିଳ ଭାରତୀୟ ସେନାର ସଂସ୍ଥାପକ ଗାଓ୍ଵଲି ୨୦୧୨ ରେ ଶିବ ସେନା ବିଧାୟକ କମଲକର ଜାମସେନ୍ଦେକରଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଓ ତାଙ୍କୁ ଆଜୀବନ କରାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଅରୁଣ ଗାୱଲି ଏମିତି ଅନେକ ଗମ୍ଭୀର ମାମଲାରେ ବି ଜଡିତ ରହିଛି । ଗାୱଲିଙ୍କୁ ମୁମ୍ବାଇରେ ସାକିନାକା ପୁଲିସ୍ ଗିରଫ କରଥିଲା । ତାଙ୍କ ଉପରେ ଆଇପିସିର ଧାରା ୩୦୨(ହତ୍ୟା), ୧୪୯, ୧୨୦ବି ଓ ଏମସିଓସିଏର ଧାରା ୩(୧) ଓ ୩(୪) ଅଧିନରେ ମାମଲା ରୁଜୁ ହୋଇଛି । ଗତ ବର୍ଷ ଅରୁଣ ଗାୱଲି ଉପରେ ଏକ ଫିଲ୍ମ ମଧ୍ୟ ରିଲିଜ ହୋଇଥିଲା । ଫିଲ୍ମ ‘ଡାଡି’ରେ ଅର୍ଜୁନ ରାମପାଲ ଗାୱଲିର ଭୂମିକା ତୁଳାଇଥିଲେ ।