ବିଲଡିଙ୍ଗ୍  କାନ୍ଥରେ ଲାଗିଛି ୪୪୦ ହଳ ମହିଳାଙ୍କ ଜୋତା ! ଲୋକ ଆସୁଛନ୍ତି , ଦେଖୁଛନ୍ତି , ଫଟୋ ଉଠାଉଛନ୍ତି ଆଉ କାରଣ ଜାଣି ଅବାକ୍ ହୋଇ ରହୁଛନ୍ତି । 

952

ନାରୀ ହିଂସା ଦୁନିଆରେ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ କିଛି ଦେଶରେ ନାରୀ ହିଂସା ଖୁବ୍ ଗମ୍ଭୀର ପରିସ୍ଥିତିରେ ପହଁଚିଛି । ଆଜିର ସମୟରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସା ସମାଜର ଏକ ପ୍ରମୁଖ ବିଷୟ ହୋଇ ଠିଆ ହୋଇଛି । ସବୁୁଠାରୁ ଦୁଃଖର ବିଷୟ ହେଉଛି ଏହି ହିଂସା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଖୁବ୍ କମ୍ ସଂଖ୍ୟକ ଲୋକ ଆଗକୁ ଆସିଛନ୍ତି ।

ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ଆଖିଆଗରେ ରଖି ଇସ୍ତାନବୁଲ୍ ର ଜଣେ ତୁର୍କୀ କଳାକାର ବାହିତ୍ ଟୁନା ଭିନ୍ନ ଏକ ପ୍ରୟାସ କରିଛନ୍ତି । ଇସ୍ତାନବୁଲ୍ ରେ ୨୦୧୮ ରେ ଘରୋଇ ହିଂସା ଏବଂ ଯୌନହିଂସା ଯୋଗୁଁ ୪୪୦ ଜଣ ମହିଳା ପ୍ରାଣ ହରାଇଥିଲେ । ଏହି ମହିଳାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବାହିତ୍ ଟୁନା ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । ଇସ୍ତାନବୁଲର ବ୍ୟସ୍ତ ସଡକ ପାଖରେ ଥିବା ଏକ ବିଲଡିଙ୍ଗ୍ ର ମୁଖ୍ୟ କାନ୍ଥରେ ୪୪୦ ଟି ଲେଡିସ୍ ସ୍ୟାଣ୍ଡଲ୍ ରେ ସେ ସଜାଇଛନ୍ତି ।

ତୁର୍କୀରେ ଏକ ପରମ୍ପରା ରହିଛି ଯେ ମୃତବ୍ୟକ୍ତିଙ୍କ ସ୍ମରଣାର୍ଥେ ଘରର କାନ୍ଥ କିମ୍ବା ସମ୍ମୁଖରେ ତାଙ୍କ ଜୋତା ଲଟକା ଯାଏ । ଏହି ପରମ୍ପରାକୁ ଆଖି ଆଗରେ ରଖି ବାହିତ୍ ଟୁନା କାନ୍ଥରେ ୪୪୦ ଟି ସ୍ୟାଣ୍ଡଲ୍ ଲଗାଇ ମୃତ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି । ଏହି କଳାକାରଙ୍କ କହିବାନୁସାରେ , ଲୋକମାନେ ଏହି ଘରକୁ ଦେଖିବା ପରେ ତାଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିବ । ଏହି ସ୍ମୃତି ସ୍ମାରକ ଲୋକଙ୍କ ଉପରେ ସଚେତନ ଆଣିବ ଏବଂ ତାଙ୍କୁ ଭାବିବାକୁ ବାଧ୍ୟ କରିବ । କାନ୍ଥରେ ଲାଗିଥିବା ଏହି ୪୪୦ ଟି ଜୋତା ଏହି କଥାକୁ ଦର୍ଶାଉଛି ଯେ ୨୦୧୮ ରେ ବିନା କାରଣରେ ୪୪୦ ଟି ଜୀବନ ଦୁନିଆରୁ ବିଦାୟ ନେଇଗଲା ।