ପାକିସ୍ତାନ ବରଙ୍କୁ ଖୁସି କରିଦେଲା ଭାରତ ସରକାରଙ୍କ ନିଷ୍ପତ୍ତି ! ଧାରା ୩୭୦ ଉଚ୍ଛେଦ ପରେ ଖୁସି ହେଲେ ପାକିସ୍ତାନ ବର, ବିବାହ କରିବା ପାଇଁ ପାକ୍ ରୁ ଆସିଲେ ଭାରତ ।

583

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଭାରତ ଏବଂ ପାକ୍ ସୀମାରେ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭାରତ ସହ ପାକିସ୍ତାନ ସବୁ ବ୍ୟବସାୟିକ ସଂପର୍କ ମଧ୍ୟ କାଟିସାରିଛି । କିନ୍ତୁ ଏତେ ସମସ୍ୟା ପରେ ମଧ୍ୟ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ସ୍ନେହ ସଂପର୍କର ଉଦାହରଣ ଏବେ ଦେଖିବାକୁ ମିଳିଛି । ଧାରା ୩୭୦ ହଟିବା ପରେ ପାକିସ୍ତାନର ୨ ଜଣ ଯୁବକ ଗୁଜୁରାଟର ରାଜକୋଟ୍ ଆସି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ପାକିସ୍ତାନରୁ ଭାରତ ଆସି ବିବାହ କରିବା ପଛର କାରଣ ମଧ୍ୟ ଖୁବ୍ କୌତୁହଳପୂର୍ଣ୍ଣ । ବିବାହକୁ ନେଇ ପାକିସ୍ତାନରେ କଡା ନିୟମ କାନୁନ୍ ରହିଛି । ବିନା ବାଜା,ରୋଶଣୀରେ ସାଦା ବିବାହ କରିବା ପାଇଁ କୁହାଯାଉଛି । କମ୍ ଅତିଥିଙ୍କୁ ଆମନ୍ତ୍ରଣ ଏବଂ ବିନା ଶୋରଶବ୍ଦରେ ବିବାହକୁ ନେଇ ଏହି ଦୁଇ ଯୁବକ ଖୁବ୍ ଅସନ୍ତୁଷ୍ଟ ଥିଲେ । ନିଜ ବିବାହକୁ ହସୋଲ୍ଲାସରେ ପାଳିବା ପାଇଁ ଯୁବକମାନେ ଭାରତ ଆସିବାକୁ ନିଷ୍ପତ୍ତି ନେଇଥିଲେ । ପାକ୍ ରୁ ଆସିଥିବା ଜଣେ ଯୁବକ ଅନିଲ୍ ମହେଶ୍ୱରୀ କୁହନ୍ତି , “ମୁଁ କରାଚୀରେ ରୁହେ ଏବଂ ସୀମାର ଦୁଇପଟେ ମହେଶ୍ୱରୀ ସଂପ୍ରଦାୟର ଅନେକ ଲୋକ ବସବାସ କରନ୍ତି । ସ୍ୱାଧୀନତା ସମୟରେ କିଛି ମହେଶ୍ୱରୀ ସଂପ୍ରଦାୟର ଲୋକେ ପାକିସ୍ତାନରେ ରହୁଥିଲେ ଯେଉଁମାନେ ସେତେବେଳ ସମୟରେ ଆଉ ଭାରତ ଫେରିବାକୁ ସୁଯୋଗ ପାଇନଥିଲେ । ଯେଉଁମାନେ ପାକ୍ ରୁ ଭାରତକୁ ଫେରିଆସିଥିଲେ ସେମାନଙ୍କୁ ଭାରତର ନାଗରିକତା ମିଳିଗଲା । କିନ୍ତୁ ପାକ୍ ରେ ଯିଏ ରହିଗଲା ସେ ଏବେ ବି ପରାଧୀନର ଛାଇରେ ଜୀବନ ବିତାଉଛି । ପାକ୍ ସରକାରଙ୍କ ବ୍ୟବହାର ବିଷୟରେ ଅନିଲ୍ କୁହନ୍ତି ଯେ ସେମାନଙ୍କୁ ସେଠାରେ ଆଜି ବି ସ୍ୱାଧୀନ ଭାବରେ କିଛି କାମ କରିବା ପାଇଁ ଅନୁମତୀ ଦିଆଯାଉନାହିଁ ।

ଏହି ଦୁଇ ଯୁବକ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ର ଉଚ୍ଛେଦକୁ ନେଇ ଖୁସି ଜାହିର କରି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଆପଣଙ୍କୁ କହିରଖୁଛୁ ପ୍ରତିବର୍ଷ ମହେଶ୍ୱରୀ ସଂପ୍ରଦାୟର ଲୋକେ ସାମୁହିକ ଭାବରେ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତିି ଯେଉଁଠାରେ ଏକାଧିକ ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତି ।