ଜାମ୍ମୁରେ ଲାଗୁ କରାଯାଇଥିବା ଅନୁଚ୍ଛେଦ ୩୫ଏ ର ଆଜି ବିଚାର କରିବେ ସର୍ବୋଚ୍ଚ ନ୍ୟାୟାଳୟ : ସ୍ୱତନ୍ତ୍ର ଖଣ୍ଡପୀଠକୁ ଦିଆଯାଇପାରେ ଶୁଣାଣିର ଦାୟିତ୍ୱ

92

କନକ ବ୍ୟୁରୋ : ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ଜାମ୍ମୁରେ ଲାଗୁ କରାଯାଇଥିବା ଅନୁଚ୍ଛେଦ ୩୫ଏ ଉପରେ ଶୁଣାଣି ହେବ । ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏପରି ମାମଲାର ଶୁଣାଣି ହେବ । ଏହାସହ ସେ ବିଚାର କରିବେ ଯେ, ପେରି ମାମଲାର ଶୁଣାଣି କେଉଁ ଖଣ୍ଡପୀଠଙ୍କ ଅଧ୍ୟକ୍ଷତାରେ କରାଯିବ । ତେବେ ଗତ ଅଗଷ୍ଟ ୬ରେ ହୋଇଥିବା ଶୁଣାଣିରେ ଅନେକ ପ୍ରକାର ପ୍ରଶ୍ନ ଉଠିଥିଲା । ୩୫ଏ ଅନୁଚ୍ଛେଦ ସବୁବେଳେ ସମ୍ବେଦନଶୀଳ ହୋଇ ରହିଛି । ଏହି ଶୁଣାଣି ସମୟରେ ଜାମ୍ମୁରେ ଆନ୍ଦୋଳନ ମଧ୍ୟ ହୋଇଥିବା ଜଣାପଡିଛି । ହୋସହ ପୂର୍ବରୁ ହୋଇଥିବା ଶୁଣାଣି ସମୟରେ ଦୀପକ ମିଶ୍ର ପଚାରିଥିଲେ ଯେ, ପେରି ମାମଲାର ଶୁଣାଣି ଏକର ସ୍ୱତନ୍ତ୍ର ଖଣ୍ଡପୀଠ କରିବାର ଆବଶ୍ୟକତା ରହିଛି ନା ନାହିଁ ।

 

ତେବେ ଏହି ୩୫ଏ ଅନୁଚ୍ଛେଦ ଲାଗୁହେବା ପରେ ଜାମ୍ମୁକୁ ଏକ ସ୍ୱତନ୍ତ୍ର ଅଧିକାର ଦେଇଛି । କେବଳ ଏତିକି ନୁହେଁ ଏହି ଅଧିକାର ବଳରେ ଜାମ୍ମୁରେ ବାସ କରୁଥିବା ଲୋକମାନଙ୍କୁ ଅନେକ ପ୍ରକାର ସୁବିଧା ମଧ୍ୟ ମିଳୁଛି । ତେଣୁ ଏହି ପ୍ରସଙ୍ଗରେ ଶୁଣାଣି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ରହିଛି । ଏପରି ଧାରାକୁ ନେଇ ୧୪ମେ ୧୯୫୪ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଡା. ରାଜେନ୍ଦ୍ର ପ୍ରସାଦ ଏକ ଆଦେଶ ପାରିତ କରିଥିଲେ ଓ ଏହା ପରେ ଭାରତର ସମ୍ବିଧାନରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇ ରହିଛି । ୩୫ଏ ଅନୁଚ୍ଛେଦ ଧାରା ୩୭୦ଧାରା ମଧ୍ୟରେ ରହିଛି । ଏହି ଧାରା ଅନୁସାରେ ଅନ୍ୟ କୈାଣସି ରାଜ୍ୟରେ ଲୋକ ଜାମ୍ମୁରେ କୈାଣଶି ସମ୍ପତ୍ତି କିଣିପାରିବେ ନାହିଁ କି ବିକ୍ରି ମଧ୍ୟ କରିପାରିବେ ନାହିଁ । ଏହାସହ ସେଠାରେ ସ୍ଥାୟୀ ନାଗରିକ ହୋଇକି ମଧ୍ୟ ରହିପାରିବେ ନାହିଁ ।