ଚିଟଫଣ୍ଡ ଠକକୁ ଜେଲ ଦଣ୍ଡ ! ଏଟି ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ୭ବର୍ଷ ଜେଲ ସହ ୩୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ

20

କନକ ବ୍ୟୁରୋ : ଚିଟଫଣ୍ଡ ଠକକୁ ଜେଲ ଦଣ୍ଡ । ଏଟି ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ୭ବର୍ଷ ଜେଲ ସହ ୩୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି । ସିବିଆଇ ସ୍ପେଶାଲ ସିଜେଏମ କୋର୍ଟ ଆଜି ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି । ସେହିପରି ପ୍ରଦୀପ ସେଠୀଙ୍କ ସହଯୋଗୀ ମନୋଜ ପଟ୍ଟନାୟକଙ୍କୁ ମଧ୍ୟ ୪ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି । ଉଭୟ ଗତକାଲି ଦୋଷ ସ୍ୱୀକାର କରିଥିଲେ ।

ସେମାନଙ୍କୁ ଆଇପିସି ଧାରା ୪୦୯, ୪୦୬, ୪୨୦, ୧୨୦-ବି, ୪୧୧ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଅନ୍ୟପଟେ ଏଟି ଗ୍ରୁପକୁ ୨୫୦ କୋଟି ଟଙ୍କା ଜମା କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ଥକୁ ସରକାରୀ ତହବିଲରେ ଜମା କରିବାକୁ କୋର୍ଟ୍ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ଥ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ବଂଟାଯିବ ବୋଲି କୋର୍ଟ କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-