ଶିକ୍ଷକଙ୍କ ନିଆରା ପ୍ରତିବାଦ ! ଦାବି ପୂରଣ ପାଇଁ ମନ୍ତ୍ରୀଙ୍କ ଘର ଆଗରେ ଢୋଲ ବଜାଇଲେ ଶିକ୍ଷକ, ଜୋର ଜବରଦସ୍ତି ଉଠାଇ ନେଲା ପୋଲିସ

13

କନକ ବ୍ୟୁରୋ : ଅଭିନବ ଢଙ୍ଗରେ ଶିକ୍ଷକଙ୍କ ପ୍ରତିବାଦ । ନିଜ ଦାବି ଜଣାଇବାକୁ ରାଜଧାନୀରେ ନିଆରା ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି କଳା ଶିକ୍ଷକ । ଢୋଲ, ମହୁରୀ ଓ ହାରମୋନିୟମ ବଜାଇ ସେମାନେ ପ୍ରତିବାଦ ଜଣାଇଛନ୍ତି । ଗଣଶିକ୍ଷାମନ୍ତ୍ରୀ ବଦ୍ରି ପାତ୍ରଙ୍କ ବାସଭବନ ଆଗରେ କଳା ଶିକ୍ଷକମାନେ ଏପରି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ସ୍ଥାୟୀ ନିଯୁକ୍ତି ଦାବି ସହ ଅନ୍ୟ ଦାବି ନେଇ ଆଜି ମନ୍ତ୍ରୀଙ୍କ ବାସଭବନ ଆଗରେ ଢୋଲ, ମହୁରୀ ଓ ହାରମୋନିୟମ ଇତ୍ୟାଦି ବାଦ୍ୟ ବଜାଇଥିଲେ । ତେବେ ମନ୍ତ୍ରୀଙ୍କ ବାସଭବନ ଆଗରେ ବାଦ୍ୟଯନ୍ତ୍ର ବଜାଉଥିବା ଶିକ୍ଷକମାନଙ୍କୁ ପୋଲିସ ଜୋରଜବରଦସ୍ତ ଭାବେ ଉଠାଇ ନେଇଥିବା ଜଣାପଡିଛି ।

ଏନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର କହିଛନ୍ତି, ସ୍ଥାୟୀ ନିଯୁକ୍ତି ବିଷୟରେ ଶିକ୍ଷକଙ୍କ ସହ କୌଣସି ଆଲୋଚନା ହୋଇନାହିଁ । ତେବେ ସରକାର ଏବିଷୟରେ ଆଲୋଚନା କରୁଛନ୍ତି । ଶିକ୍ଷକ ମାନେ ଆନ୍ଦୋଳନ କରୁଥିବାରୁ ପାଠପଢାରେ ବାଧା ସୃଷ୍ଟି ହେଉଛି । ତେଣୁ ଶିକ୍ଷକଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଅନ୍ୟପଟରେ ସ୍ଥାୟୀ ନିଯୁକ୍ତି ଦାବି ପୂରଣ ନ ହେବା ଯାଏଁ ଏ ଆନ୍ଦୋଳନ ଜାରି ରହିବ ବୋଲି କଳା ଶିକ୍ଷକ ମାନେ ଚେତାବନୀ ଦେଇଛନ୍ତି ।

Comments are closed.