ଆଇସିୟୁରେ ଟିଏମସି ସାଂସଦ ! ଛାତିରେ ଯନ୍ତ୍ରଣା ଯୋଗୁଁ କ୍ୟାପିଟାଲ ହସ୍ପିଟାଲରୁ କଟକ ସ୍ଥାନାନ୍ତର

40

କନକ ବ୍ୟୁରୋ : କଟକ ବଡ ମେଡିକାଲରେ ଟିଏମସି ସାଂସଦ ସୁଦିପ ବନ୍ଦୋପାଧ୍ୟାୟ । ଛାତିରେ ଯନ୍ତ୍ରଣା ଅନୁଭୁବ କରିବାରୁ ସୁଦୀପଙ୍କୁ ଏସସବିର ସେଂଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ରୋଜଭ୍ୟାଲି ଠକେଇ ମାମଲରେ ଗିରଫ ହୋଇ ଝାରପଡାଜେଲରେ ଥିବା ଟିଏମସି ସାସଂଦ ସୁଦିପ ବନ୍ଦୋପାଧ୍ୟାୟ ଅସୁସ୍ଥ ହୋଇପଡିଛନ୍ତି ।

ତେବେ ଛାତିରେ ଯନ୍ତ୍ରଣା ଯୋଗୁଁ ଗତକାଲି ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଏବେ ଏସସିବିର ସେଂଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।