ଓଡିଶା ବାହାରେ ଦୁଇ କୁନି ଓଡିଆ ଝିଅଙ୍କ କମାଲ : ପଢ଼ନ୍ତୁ ସମ୍ବଲପୁରରୁ ଅର୍ପିତା ବେହେରା ଓ କଟକର ମୃଗାକ୍ଷୀ ରାକେଶଙ୍କ ସଫଳତାର କାହାଣୀ

51

କନକ ବ୍ୟୁରୋ : ଓଡିଶା ବାହାରେ କୁନି ଝିଅଙ୍କ କମାଲ । ନିକଟରେ ବୁଲଗେରିଆରେ ହୋଇଥିବା ସୁନ୍ଦରୀ ପ୍ରତିଯୋଗିତାରେ ଲିଟିଲ୍ ମିସ ଗାଲାକ୍ସି ଆୱାର୍ଡ ଜିତିଛନ୍ତି ସମ୍ବଲପୁରରୁ ଅର୍ପିତା ବେହେରା । ୮ରୁ ୧୨ ବର୍ଷ ବର୍ଗ ଗ୍ରୁପରେ ଅର୍ପିତା ନିଜର କୃତିତ୍ୱ ଦେଖାଇ ଏହି ସଫଳତା ହାସଲ କରିଛନ୍ତି । ଏଥିପାଇଁ ସେ ନିଜ ବାପା ରାଜେଶ ବେହେରାଙ୍କୁ ଶ୍ରେୟ ଦେଇଛନ୍ତି । ଅର୍ପିତାଙ୍କ ବାପା ବ୍ୟବସାୟ କରୁଥିବାବେଳେ ମା ବୀଣାପାଣି ବେହେରା ଶିକ୍ଷୟିତ୍ରୀ ଅଛନ୍ତି । ଅର୍ପିତା ପୂର୍ବରୁ ଲିଟଲ ମିସ ସମ୍ବଲପୁର ଓ ଲିଟଲ ମିସ ବେଙ୍ଗାଲୁରୁ ଟାଇଟଲ ହାସଲ କରିସାରିଛନ୍ତି । ସମ୍ବଲପୁରରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଅର୍ପିତା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ନିଜର ଆଦର୍ଶ ମାନନ୍ତି ।

ସେପଟେ ବୁଲଗେରିଆର ରାଜଧାନୀ ସୋଫିଆପେ ଲିଟଲ ମିସ ଗାଲାକ୍ସି ପ୍ରତିଯୋଗିତାରେ ଟାଇଟଲ ଜିତିଛନ୍ତି ଓଡିଆ ଝିଅ ମୃଗାକ୍ଷୀ ରାକେଶ । ୫ରୁ ୮ ବୟସ ବର୍ଗରେ ସେ ଟାଇଟର ଜିତିଛନ୍ତି । କଟକ ବାସିନ୍ଦା ରାକେଶ କୁମାର ଓ ସଂଘମିତ୍ରା ପଟ୍ଟନାୟକଙ୍କ ଝିଅ ହେଲେ ମୃଗାକ୍ଷୀ । ମୃଗାକ୍ଷୀ ସାଇ ଇଂଟରନ୍ୟାସନାଲ ସ୍କୁଲ କେଜି-୨ରେ ପଢୁଛନ୍ତି । ବାପା ବ୍ୟବସାୟୀ ଓ ମା ଗୃହିଣୀ । ଏବେ ବିଜୟରେ ଶ୍ରେୟ ସେ ପିତାମାତା ଓ ପରିବାରବର୍ଗ ଓ ପ୍ରଶିକ୍ଷକଙ୍କୁ ଦେଇଛନ୍ତିା ମୃଗାକ୍ଷୀଙ୍କୁ ପାଠପଢା ସହ ଡ୍ୟାନ୍ସ, ମଡେଲିଂ କରିବାକୁ ଭଲଲାଗେ ।