ଟାଇମ୍ସ ନାଓକୁ ବାଏ ବାଏ କହିଲେ ଅର୍ଣ୍ଣବ ଗୋସ୍ୱାମୀ : ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା

47

ଟାଇମ୍ସ ନାଓର ଚର୍ଚ୍ଚିତ ଡିବେଟ୍ ନ୍ୟୁଜ୍ ଆୱାରରେ ଆଉ ଦେଖିବାକୁ ମିଳିନପାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ । କାରଣ ଚ୍ୟାନେଲର ଏଡିଟର୍ ଇନ୍ ଚିଫ୍ ଅର୍ଣ୍ଣବ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଜି ନିଜ ସହକର୍ମୀଙ୍କ ଉପସ୍ଥିତିରେ ସେ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତେବେ ଏନେଇ ଅର୍ଣ୍ଣବ ଏଯାଏ ମୁହଁ ଖୋଲି ନାହାନ୍ତି । ତେଣୁ ସେ ଇସ୍ତଫା ଦେଇଛନ୍ତି କି ନା ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିିଁ ।

୨୦୦୫ରୁ ୨୦୧୬ ଭିତରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଟାଇମ୍ସ ନାଓ ସାମ୍ବାଦିକତା କ୍ଷେତ୍ରରେ ପରମ୍ପରାକୁ ଭାଙ୍ଗିଥିଲା । ଅର୍ଣ୍ଣବ ଗୋସ୍ୱାମୀଙ୍କ ଷ୍ଟାଇଲ ଅନ୍ୟ ସାମ୍ବାଦିକଙ୍କ ଠାରୁ ପୃଥକ । ଉଚ୍ଚସ୍ୱରରେ ନେତାଙ୍କୁ ଗାଳିଦେବା, ତାଙ୍କ ମତ ସହ ଏକମତ ନଥିବା ନେତାଙ୍କୁ ତାଙ୍କର ସୋ- ନ୍ୟୁଜ୍ ଆୱାରରେ ଅପଦସ୍ତ କରିବା ଅର୍ଣ୍ଣବ ଗୋସ୍ୱାମୀଙ୍କର ବିଶେଷତ୍ୱ ଥିଲା ।

ତାଙ୍କ କାର୍ଯ୍ୟକ୍ରମକୁ ନେଇ ସାରା ଦେଶରେ ଆଲୋଚନା ହେଉଥିଲା । ଏବଂ ଟାଇମ୍ସ ନାଓ ଇଂରାଜୀ ଚ୍ୟାନେଲ ଭିତରେ ଅଧିକ ସଂଖ୍ୟକ ଦର୍ଶକଙ୍କୁ ନିଜ ପାଖକୁ ଟାଣି ଆଣିଥିଲା । ନିକଟରେ ସମ୍ ହିସ୍ପିଟାଲ ଅଗ୍ନିକାଣ୍ଡ ସମୟରେ ଅର୍ଣ୍ଣବ ଗୋସ୍ୱାମୀ ଓଡ଼ିଶାର ନେତାମାନଙ୍କୁ ତଥା ସମ୍ ହସ୍ପିଟାଲର କର୍ତୃପକ୍ଷଙ୍କୁ ଯେଉଁ ଭଳି ଭାବରେ ଗାଳି ଦେଇଥିଲେ । ତାକୁ ନେଇ ଆମ ରାଜ୍ୟରେ ମଧ୍ୟ ଚର୍ଚ୍ଚା ଜୋର ଧରିଲା ।