ଦିଲ୍ଲୀ : ଗଣତନ୍ତ୍ର ଦିବସ ଉପଲକ୍ଷେ ଆକାଶରେ ଉଡାଣ କୌଶଳ ଦେଖାଇଲା ବାୟୁସେନା

21

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ପରାକ୍ରମ ଦେଖାଇଛନ୍ତି ଦେଶର ବାୟୁସେନା । ରାଜପଥ ଆକାଶରେ ଦେଖିବାକୁ ମିଳିଥିଲା ମିଗ୍-୩୫ର ପରାକ୍ରମ । ମିଗ୍-୩୫ ଯୁଦ୍ଧ ବିମାନ ୨୪୦କିଲୋମିଟର ପ୍ରତି ଘଂଟା ବେଗରେ ରାଜପଥ ଦେଇ ଅତିକ୍ର କରିଥିଲା । ମିଗ୍-୨୯ଯୁଦ୍ଧ ବିମାନର ଉନ୍ନତ ସଂସ୍କରଣ ହେଉଛି ମିଗ୍-୩୫ । ଏଥିରେ ଯୁଦ୍ଧାସ୍ତ୍ର ପରିବହନ କରାଯାଏ । କିଛି ସମୟ ପୂର୍ବରୁ ମିଗ୍-୩୫କୁ ବାୟୁସେନାରେ ସାମିଲ କରାଯାଇଛି । ସୁଖୋଇ ୩୦ ବିମାନର ପରାକ୍ରମ ମଧ୍ୟ ଦେଖିବାକେୁ ମିଳିଥିଲା ।

୫ଶହ କିଲୋମିଟର ପ୍ରତି ଘଂଟା ବେଗରେ ରାଜପଥ ଆକାଶମାର୍ଗରେ ସୁଖୋଇ ୩୦ର ପରାକ୍ରମ ଦେଖିବାକୁ ମିଳିଥିଲା । ସୁଖୋଇ ୨୭ର ଉନ୍ନତ ସଂସ୍କରଣ ହେଉଛି ଯୁଦ୍ଧ ବିମାନ ସୁଖୋଇ ୩୦ । ଆକାଶରେ ସାମାନ୍ୟ କୁହୁଡି ଥିଲେ ସୁଦ୍ଧା ଗୋଟିଏ ପରେ ଗୋଟିଏ ଯୁଦ୍ଧ ବିମାନର ପରାକ୍ରମ ଦେଖିବାକୁ ମିଳିଥିଲା । ମିଗ୍ ଓ ସୁଖୋଇ ପରେ ଆକାଶମାର୍ଗରେ ଜାଗୁଆରର ପରାକ୍ରମ ଦେଖିବାକୁ ମିଳିଥିଲା ।

ମିଲିଟାରୀ ପୁଲିସ ପ୍ରଦର୍ଶନ କରିଛି ଡେୟାର ଡେଭିଲ ସୋ । ମୋଟର ସାଇକେଲରେ ମିଲିଟାରୀ ପୁଲିସର ଯବାନମାନେ ଆକର୍ଷଣୀୟ କଳା ପ୍ରଦର୍ଶନ କରିଛନ୍ତି । ରାଜପଥରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଡେୟାର ଡେଭିଲ ସୋ ପାଲଟିଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ ।