ଶତ୍ରୁଙ୍କ ମୁକାବିଲା ପାଇଁ ପ୍ରସ୍ତୁତ ଭାରତ ! ୪୧୬୮ କୋଟିରେ କିଣିବ ୬ଟି ଅତ୍ୟାଧୂନିକ ଆପାଚେ ହେଲିକପ୍ଟର୍ 

27

ଶତ୍ରୁଙ୍କ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଭାରତ । ଆମେରିକାଠାରୁ ଆଣିବ ଅତ୍ୟାଧୂନିକ ପ୍ରଯୁକ୍ତବିଦ୍ୟାରେ ନିର୍ମିତ ଏଏଚ୍ – ୬୪ଇ ଆପାଚେ ହେଲିକପ୍ଟର୍ । ଆଉ ଏଥିପାଇଁ ଦେଶ ଖର୍ଚ୍ଚ କରିବ ୪୧୬୮ କୋଟି ଟଙ୍କା । ମିଳିଥିବା ସୂଚନା ଅନୁଯାୟୀ, ଆମେରିକା କମ୍ପାନୀ ‘ଆପାଚେଠାରୁ ଭାରତୀୟ ବାୟୁସେନା ୬ଟି ହେଲିକପ୍ଟର୍ କିଣିବା ପାଇଁ ମଞ୍ଜୁରୀ ଦେଇଛି ରକ୍ଷା ମନ୍ତ୍ରାଳୟ  ।

ତେବେ ଏହା ହେଉଛି ଭାରତୀୟ ସେନା ଇତିହାସରେ ପ୍ରଥମ । ଏହି ଏଏଚ୍ – ୬୪ ଆପାଚେ ହେଲିକପ୍ଟର୍  ସ୍ୱତନ୍ତ୍ର ରଣକୌଶଳରେ ନିର୍ମିତ । ଏଥିରେ ଉନ୍ନତ ଧରଣର ମେସିନ ସାମଗ୍ରୀ ଲାଗିଛି। ଯାହା ସମସ୍ତ ପ୍ରକାର ପରିସ୍ଥିତିରେ ରହିପାରିବ ଦିନରାତି କାର୍ଯ୍ୟକ୍ଷମ  । ଶତ୍ରୁ ସେନା ଭିତରେ ପଶି ଶତ୍ରୁକୁ ଆକ୍ରମଣ କରିବାରେ କ୍ଷମତା ରଖିଛି ଏହି ଅତ୍ୟାଧୂନିକ ହେଲିକପ୍ଟର୍  । ଆଉ ଏହାକୁ ଠାବ କରିବା ମଧ୍ୟ ଶତ୍ରୁପକ୍ଷେ କଷ୍ଟକର  ।

ବର୍ତମାନ ପରିପେକ୍ଷୀରେ ଭାରତୀୟ ବାୟୁ ସେନାରେ ରୁଷିୟାନ ଏମ୍-୨୫ ଓ ଏମ୍ଆଇ-୩୫ ହେଲିକପ୍ଟର ଅଛି। ‘ଏଏଚ୍-୬୪ଇ ଆପାଚେ’ରେ ୪ଟ ବ୍ଲେଡ ଲାଗିଛି । ତେବେ ଏହି ହେଲିକପ୍ଟର ଆସିବା ପରେ ଭାରତୀୟ ବାୟୁସେନାକୁ ମିଳିବ ଏକ ବଡ ଆଶ୍ୱସ୍ତି  । ଏହାକୁ ସମ୍ବେଦନଶୀଳ ଅଂଚଳ ପଞ୍ଜାବର ପଠାନକୋଟ୍ ଏବଂ ଆସାମର ଜୋରହଟରେ ରଖାଯିବାର ଯୋଜନା ଅଛି  ।