କୋଲକାତା ଟୋଲପ୍ଲାଜା ଗୁଡିକରେ ସେନା ମୁତୟନ : ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ମମତାଙ୍କ ବାନାର୍ଜି

28

କନକ ବ୍ୟୁରୋ : ସଚିବାଳୟରେ ରାତି କାଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ସେନା ମୁତୟନ କରାଯାଇଥିବା ବିରୋଧରେ ସଚିବାଳୟରେ ଥିବା ନିଜ କାର୍ଯ୍ୟାଳୟରେ ରାତି କାଟିଛନ୍ତି ମମତା । ସଚିବାଳୟ ନିକଟ ଦନକୁନି ଓ ପଲସିତ ଟୋଲ ପ୍ଲାଜା ସହ ରାଜ୍ୟର ପାଖାପାଖି ୧୮ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ସେନା ମୁତୟନ କରାଯାଇଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ମମତା ବାନାର୍ଜି । ପଶ୍ଚିମବଙ୍ଗରେ ସେନା ମୁତୟନ କରିବା ଜରୁରୀ କାଳିନ ପରିସ୍ଥିତି ସହ ସମାନ ।

ଯେପର୍ଯ୍ୟନ୍ତ ସେନାକୁ ହଟାଇ ଦିଆ ନଯାଇଛି ସେପର୍ଯ୍ୟନ୍ତ ସେ ସଚିବାଳୟରେ ଡେରା ପକାଇବେ ବୋଲି ଗତକାଲି କହିଥିଲେ ମମତା ବାନାର୍ଜି । ରାଜ୍ୟର ବିଭିନ୍ନ ସ୍ଥାନରେ ସେନା ମୁତୟନ କରାଯିବା ପୂର୍ବରୁ ରାଜ୍ୟ ସରକାରଙ୍କ ସହ କୌଣସି ଆଲୋଚନା କରା ଯାଇନାହିଁ ବୋଲି କହିଛନ୍ତି ମମତା । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛି ସେନା ବିଭାଗ ।

ସେନାର ଏହା ନିୟମିତ ଅଭ୍ୟାସ ବୋଲି କୁହାଯାଇଛି । ରାଜ୍ୟ ପୁଲିସ ସହ ଆଲୋଚନା କରାଯାଇ ତାଙ୍କ ସହଯୋଗରେ ଏହି ଅଭ୍ୟାସ କରାଯାଉଥିବା ଇଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ କୁହାଯାଇଛି । ତେବେ ଏହାକୁ ଖଣ୍ଡନ କରିଛି ପଶ୍ଚିମବଙ୍ଗ ପୁଲିସ । ସେନା ମୁତୟନ କରାଯିବା ନେଇ ମମତାଙ୍କ ପ୍ରତିକ୍ରିୟା ପରେ ବିଭିନ୍ନ ସ୍ଥାନରୁ ସେନାକୁ ହଟାଇ ଦିଆଯାଇଛି ।