କବାଡିବାଲା ପାଖରେ ଥିଲା ତୋପ ଏବଂ ଗୁଳିର ଭଣ୍ଡାର ! ଯାହାକୁ ଦେଖି ଉଡିଗଲା ସେନାର ହୋସ ।

34

ରାଜସ୍ଥାନର ଜୈସଲମେରରେ ମିଲେଟ୍ରି ଇଣ୍ଟେଲିଜେନ୍ସ ଏମିତି ଜଣେ କବାଡି କିଣୁଥିବା ଠିକାଦାରଙ୍କୁ ଧରିଛି, ଯାହାଙ୍କ ପାଖରୁ ବହୁ ମାତ୍ରାରେ ତୋପ ଏବଂ ଟ୍ୟାଙ୍କର ଗୋଳି ଜବତ ହୋଇଛି । ଏଥିରେ ବୋଫୋର୍ସ ଟି-୯୨ ର ୪୦୦ ରୁ ଅଧିକ ଗୁଳି ଜବତ ହୋଇଛି । ସୂଚନା ଅନୁଯାୟୀ, ଜବତ ହୋଇଥିବା ଅଧିକାଂଶ ଗୁଳି ଜୀବିତ ଅଛି । ତେବେ ଯେଉଁ ଠିକାଦାରଙ୍କ ଗୋଦାମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି , ସେ ଜୈସଲମେର ଜିଲ୍ଲା ସ୍ଥିତ ପୋଖରଣ ଫିଲ୍ଡ ଫାୟାରିଙ୍ଗ ରେଞ୍ଜ ଠାରୁ ସେନାର ସ୍କ୍ରେପ କିଣୁଥିଲେ । କିନ୍ତୁ ଗୁଳି ଜୀବନ୍ତ ଥିବା କଥାକୁ ଅସ୍ୱୀକାର କରିଛି ସେନା ।

ସେନାର କହିବା ଅନୁଯାୟୀ, ସମସ୍ତ ଗୁଳିକୁ ଡିଫ୍ୟୁଜ କରାଯାଇଥିଲା । ମିଲେଟ୍ରି ଇଣ୍ଟେଲିଜେନ୍ସ ସୂତ୍ର ଅନୁସାରେ, ସେମାନଙ୍କୁ ସୂଚନା ମିଳିଥିଲା ଯେ, ସେନାର ବମ୍ ଏବଂ ଗୁଳିଗୋଳା ପୋଖରଣ ଫାୟାରିଙ୍ଗ ରେଞ୍ଜରେ ନଷ୍ଟ ନକରାଯାଇ କବାଡରେ ବିକ୍ରି କରାଯାଉଛି । ଜଣେ ଅଫିସରଙ୍କ କହିବା ଅନୁଯାୟୀ, ଯେତେବେଳେ ସେମାନେ ଠିକାଦାରଙ୍କ ପାଖରେ ପହଞ୍ଚିଥିଲେ ସେତେବେଳେ ସେ ଏହି ବମ ଓ ଗୁଳିଗୋଳାକୁ ଗ୍ୟାସ କଟରରେ କାଟି ଜଳାଇବା ପାଇଁ ପ୍ରସ୍ତୁତି କରୁଥିଲା । କିନ୍ତୁ ଠିକ ଏହା ପୂର୍ବରୁ ମିଲେଟ୍ରି ଇଣ୍ଟେଲିଜେନ୍ସ ଘଟଣାସ୍ଥଳରେ ପହଞ୍ଚିଯାଇଥିଲା ।