ପ୍ରତିଶ୍ରୁତି ପୂରଣ କଲା ସେନା ! ଅମରନାଥଙ୍କ ଯାତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ନିପାତ କଲେ ଯବାନ

28

କନକ ବ୍ୟୁରୋ : ପ୍ରତିଶ୍ରୁତି ପୂରଣ କଲା ସେନା । ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ସମସ୍ତ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ୩ ଜଣ ଆତଙ୍କବାଦୀଙ୍କ ସେନା ଗୁଳିରେ ମୃତ୍ୟୁ ହୋଇଛି । ଗତକାଲି ଜମ୍ମୁ କଶ୍ମୀର କାଜିଗୁଣ୍ଡରେ ହୋଇଥିବା ଏନକାଉଁଟରରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇବା ସହ ଜଣଙ୍କୁ ଧରିବାରେ ସଫଳ ହୋଇଛି ସେନା ।

ମୃତ ଆତଙ୍କବାଦୀମାନେ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିଲେ ବୋଲି ସୂଚନା ଦେଇଛନ୍ତି ଜମ୍ମୁକଶ୍ମୀର ଡିଜିପି ଏସ.ପି. ବୈଦ୍ୟ । ଅମରନାଥ ଯାତ୍ରୀ ଆକ୍ରମଣର ମାଷ୍ଟରମାଇଣ୍ଡ ଅବୁ ଇସମାଇଲ, ଗତ ସେପ୍ଟେମ୍ବର ମାସରେ ସେନା ଦ୍ୱାରା ନିହତ ହୋଇଥିଲା । ଅନ୍ୟ ତିନି ଜଣ ଆତଙ୍କବାଦୀ ଅବୁ ମାଭିଆ, ଫୁରକାନ ଓ ୟାୱର ଗତକାଲି ସେନା ଅପରେସନରେ ନିହତ ହୋଇଛନ୍ତି ।

ଚଳିତବର୍ଷ ଜୁଲାଇ ମାସରେ ଜମ୍ମୁକଶ୍ମୀର ଅନନ୍ତନାଗ ଜିଲ୍ଲାରେ ଅମରନାଥ ଯାତ୍ରୀଙ୍କ ବସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୭ ଜଣଙ୍କ ମୃତ୍ୟୁ ହେବା ସହ ୧୯ ଜଣ ଆହତ ହୋଇଥିଲେ ।