ଜାମ୍ମୁକାଶ୍ମୀରରେ ସେନାର ଜବରଦସ୍ତ ଏନକାଉଣ୍ଟର ! ଦୁଇ କୁଖ୍ୟାତ ଆତଙ୍କବାଦୀ ସଂଗଠନର ୨ ଆତଙ୍କୀ ନିହତ ।

95

ଜାମ୍ମୁକାଶ୍ମୀରରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଘଟିଥିବା ଏକ ଏନକାଉଣ୍ଟରରେ ଲସ୍କର-ଇ- ତୋଏବାର ଜଣେ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛି । ଆଜି ଜାମ୍ମୁକାଶ୍ମୀର ପୌର ପରିଷଦ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଗ୍ରହଣ ଚାଲିଥିବା ବେଳେ ପୁଲଓ୍ଵାମା ଜିଲ୍ଲାର କଙ୍ଗନ୍ ଅଞ୍ଚଳରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ସୁରକ୍ଷା କର୍ମୀଙ୍କ ପକ୍ଷରୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ଲସ୍କର-ଇ- ତୋଏବାର ଜଣେ କୁଖ୍ୟାତ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିବା ଜଣାପଡିଛି ।

ସେହିପରି ଆଜି ସକାଳେ ସେନା ଯବାନଙ୍କ ଦ୍ୱାରା ପୁଲଓ୍ଵାମା ଜିଲ୍ଲାରେ ହୋଇଥିବା ଅନ୍ୟ ଏକ ଏନକାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍ବୁଲ ମୁଜାହିଦ୍ଦିନର ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଛି। ନିହତ ହୋଇଥିବା ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀକୁ ସବୀର ଅହମ୍ମଦ ଡର୍ ବୋଲି ଚିହ୍ନଟ କରା ଯାଇଥିବା ବେଳେ ଏନକାଉଣ୍ଟରରେ ନିହତ ହୋଇଥିବା ଲସ୍କର-ଇ- ତୋଏବାର ଆତଙ୍କବାଦୀକୁ ଚିହ୍ନଟ କରାଯାଇପାରି ନାହିଁ।