ବାଲାକୋଟରେ ପୁଣି ଆତଙ୍କବାଦୀ ସକ୍ରିୟ, ଆତଙ୍କୀ କ୍ୟାମ୍ପ୍ ଧ୍ୱଂସ କରିବାକୁ ପୁଣି ହେବ କି ଏୟାରଷ୍ଟ୍ରାଇକ୍ ? ବଡ଼ ବୟାନ ଦେଲେ ସେନା ମୁଖ୍ୟ ବିପିନ୍ ରାୱତ୍

519

କନକ ବ୍ୟୁରୋ : ପୁଣି ବଡ ବୟାନ ଦେଲେ ସେନା ମୁଖ୍ୟ ବିପିନ ରାୱତ । ପାକିସ୍ତାନ ବାଲାକୋଟରେ ଆତଙ୍କବାଦୀ ଓ ଆତଙ୍କୀ କ୍ୟାମ୍ପ ପୁଣି ସକ୍ରିୟ ହେବା ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ବିପିନ ରାୱତ । ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ରାୱତ୍ । ଭାରତୀୟ ବାୟୁସେନା ପକ୍ଷରୁ ଆଗକୁ ଆଉ ଏୟାରଷ୍ଟ୍ରାଇକ୍ ହେବ ନାହିଁ ବୋଲି ସେ କହିଛନ୍ତି । ଆବଶ୍ୟକ ହେଲେ ଆତଙ୍କୀଙ୍କୁ କଡ଼ା ଜବାବ ଦେବାକୁ ଏୟାରଷ୍ଟ୍ରାଇକ୍ ଠାରୁ ମଧ୍ୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ ପରେ ଏଠାରେ ଥିବା ଆତଙ୍କବାଦୀ ଶିବିର ଧ୍ୱଂସ ହୋଇଯାଇଥିଲା । ତେବେ ଏବେ ଏଠାରେ ପୁଣି ଶିବିର ଗଢ଼ି ଉଠିଥିବା ସେ କହିଛନ୍ତି । ସେନା ମୁଖ୍ୟ କହିଛନ୍ତି, ପାକିସ୍ତାନ ଲଗାତାର ଭାରତ ଭିତରକୁ ଅନୁପ୍ରବେଶ ଉଦ୍ୟମ ଚଳାଇଛି । ପାକ୍ ସେନା ପ୍ରତିଦିନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି । ଏୟାରଷ୍ଟ୍ରାଇକକୁ କାହିଁକି ରିପିଟ କରାଯିବ ?  ଏବେ ଏୟାରଷ୍ଟ୍ରାଇକ୍ ନୁହେଁ, ଶତ୍ରୁପକ୍ଷକୁ ପାନେ ଚଖାଇବାକୁ ଆହୁରି ବଡ଼ ପଦକ୍ଷେପ ନିଆଯିବ । ସୀମାରେ ସେନା ପୁରା ପ୍ରସ୍ତୁତ ଅଛି ଓ ନିୟନ୍ତ୍ରଣ ରେଖାରେ ଅଧିକରୁ ଅଧିକ ସୈନିକ ମୂତୟନ ଥିବା ସେନା ମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି । ଏହାସହ ସୀମାରେ ଜାରି ରହିଥିବା ଉତ୍ତେଜନା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତିି ବିପିନ ରାୱତ ।

ଉତ୍ତର ଓ ପଶ୍ଚିମ ସୀମାରେ ଉତ୍ତେଜନା ଲାଗି ରହିଛି । ପଡୋଶୀ ଦେଶ ମାନଙ୍କ ସହ ସମ୍ପର୍କ ଭଲ ନାହିଁ । ଏଭଳି ସ୍ଥିତିରେରେ ସେନାକୁ ନେତୃତ୍ୱ କରିବାରେ ସକ୍ଷମ ଲିଡର୍ସମାନଙ୍କର ଆବଶ୍ୟକତା ରହିଛି ।