ହ୍ୱାଟସ ଅପ୍ ନମ୍ବର ଜାରି ! ଭାରତୀୟ ଯବାନମାନଙ୍କ ପାଇଁ ସେନା ପକ୍ଷରୁ ନିଆଗଲା ପଦକ୍ଷେପ

41

ଭାରତୀୟ ଯବାନମାନଙ୍କ ପାଇଁ ସେନା ପକ୍ଷରୁ ଜାରି ହୋଇଛି ହ୍ୱାଟସ ଅପ୍ ନମ୍ବର । ଏହି ନମ୍ବର ଜରିଆରେ ଯବାନମାନେ ସିଧାସଳଖ ସ୍ଥଳସେନା ମୁଖ୍ୟ ବିପିନ ରାୱତଙ୍କ ସହ କଥାବାର୍ତା ହୋଇପାରିବେ । ଯବାନମାନେ ନିଜ ସମସ୍ୟା ସମ୍ବନ୍ଧରେ ସିଧାସଳଖ ରାୱତଙ୍କ ସହ ଆଲୋଚନା କରିପାରିବେ ।

କିଛିଦିନ ତଳେ ଦୁଇଜଣ ଯବାନ ସୋସିଆଲ ମିଡିଆ ଫେସବୁକ ଜରିଆରେ ନିଜ ସମସ୍ୟାଜନିତ ଭିଡିଓ ପୋଷ୍ଟ କରିବା ପରେ ସେନା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୦୯୬୪୩୩୦୦୦୦୮ ଏହି ନମ୍ବର ଜରିଆରେ ଯବାନମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇପାରିବେ ।