ସେନାମୁଖ୍ୟଙ୍କ ବଡ ବୟାନ୍ ! କହିଲେ କାଶ୍ମୀରରେ ଆମେ ଶାନ୍ତି ଚାହୁଁ, କିନ୍ତୁ ଆତଙ୍କବାଦୀଙ୍କୁ ଛାଡିବନି ସେନା ।

152

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ବଡ ବୟାନ ରଖିଛନ୍ତି ସେନାମୁଖ୍ୟ ବିପିନ ରାୱତ । ସେ କହିଛନ୍ତି, ଭାରତୀୟ ସେନା ସବୁ ଦୃଷ୍ଟି କୋଣରୁ ସତର୍କ ରହିଛି । ସେନା ପାକିସ୍ତାନ ଏବଂ ଚୀନ ସୀମାରେ ଭଲ କାମ କରୁଥିବା ସେନାମୁଖ୍ୟ କହିଛନ୍ତି । ବିପିନ ରାୱତ କହିଛନ୍ତି, ସେନା ଶାନ୍ତ ମନଭାବ ନେଇ ଚାଲୁଛି । କିନ୍ତୁ ଆତଙ୍କବାଦୀ ସୀମାରେ ପ୍ରବେଶ କଲେ ତାଙ୍କୁ ଗୋଡାଇ ଗୋଡାଇ ନିପାତ କରାଯିବ ।

ସେନାମୁଖ୍ୟ କହିଛନ୍ତି, ଜାମ୍ମୁକାଶ୍ମୀର ସ୍ଥିତି ଆହୁରି ଅଧିକ ସୁଧୁରିପାରିବ । କାଶ୍ମୀର ମାମଲାରେ ସେ କହିଛନ୍ତି, କାଶ୍ମୀରରେ ସାଧାରଣ ଲୋକଙ୍କୁ ସେନା ଟାର୍ଗେଟ କରିନଥାଏ । କିନ୍ତୁ ସେନା ଭଲ ଭାବେ ଜାଣିଛି ଯେ, କାଶ୍ମୀରରେ ଆତଙ୍କବାଦୀମାନେ ମଧ୍ୟ ଅଛନ୍ତି । ଯେତେବେଳେ ସେନା କାଶ୍ମୀରରେ କୌଣସି ଆତଙ୍କବାଦୀର ନିପାତ କରିଥାଏ, ସେତେବେଳେ ସାଧାରଣ ଲୋକ ତାଙ୍କର ପ୍ରଂଶସା କରିଥାନ୍ତି । ସେନାମୁଖ୍ୟ କହିଛନ୍ତି ଯେ, କାଶ୍ମୀରରେ ହିଂସା ଲାଗି ରହିଥିବ । ଯଦି ଆତଙ୍କୀ ନିପାତ ହେବେ, ତେବେ ନୂଆ ଆତଙ୍କୀ ଆସିବେ । ସେନା ଏହାକୁ ହିଁ ରୋକିବାକୁ ଚାହୁଁଛି, କାରଣ କାଶ୍ମୀରରେ ସମସ୍ତେ ଶାନ୍ତି ଚାହୁଁଛନ୍ତି ।

ଯଦି ସୀମାରେ କେହି ପ୍ରବେଶ କରିଥାନ୍ତି, ତେବେ ସଙ୍ଗେ ସଙ୍ଗେ ଗୁଳିମାଡ ଆରମ୍ଭ ହୋଇଥାଏ । ଏହା ସହ ସେନା ମୁଖ୍ୟ କହିଛନ୍ତି ଯେ, ଯେତେବେଳେ ଭାରତୀୟ ଯବାନ ମାଇଣ୍ଡ ଏରିଆକୁ ଯାଇଥାନ୍ତି, ସେତେବେଳେ ଅନେକ କ୍ଷତି ହେଉଥିଲା । ସେଥିପାଇଁ ସେଠାରେ ଏବେ ଡ୍ରୋନର ବ୍ୟବହାର କରାଯାଉଛି । ସେହିପରି ସୋସିଆଲ ମିଡିଆ ପ୍ରସଙ୍ଗ ଉପରେ ସେହି ସମାନ କଥା ଦୋହରାଇଛନ୍ତି ସେନା ମୁଖ୍ୟ । ବିପିନ ରାୱତ କହିଛନ୍ତି ଯେ, ସୋସିଆଲ ମିଡିଆକୁ ବ୍ୟାନ୍ କରାଯାଇପାରିବ ନାହିଁ । କିନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ଆଡଭାଇଜରୀ ଜାରି କରାଯାଇଛି । କୌଣସି ପ୍ରକାର ଟ୍ରାପରେ ନଫସିବାକୁ ସମସ୍ତ ଯବାନମାନଙ୍କୁ ଚେତାବନୀ ଦିଆଯାଇଥିବା ସେନାମୁଖ୍ୟ ବିପିନ ରାୱତ କହିଛନ୍ତି ।