ଟମାଟୋ ଦର ଆକାଶ ଛୁଆଁ ! ସୁରକ୍ଷା ପାଇଁ ମୃତୟନ ହେଲେ ସଶସ୍ତ୍ର ସୁରକ୍ଷା କର୍ମୀ

48

ଆଜିକାଲି ମାର୍କେଟରେ ଟମାଟୋ ଦର ଆକାଶ ଛୁଆଁ ରହିଛି । ଟମାଟୋ କିଣିବା ଏବେ ସାଧାରଣ ଗ୍ରାହକଙ୍କ ପାଇଁ ମୁସ୍କିଲ ହୋଇଯାଇଛି । କାରଣ ଟମାଟୋ ଦର ଆସି ପହଂଚିଛି କିଲୋ ପିଛା ୧୦୦ ଟଙ୍କାରେ । ଏଣୁ ପୂର୍ବରୁ କିଲୋରୁ ଦୁଇ କିଲୋ ଟମାଟୋ କିଣୁଥିବା ଗ୍ରାହକ ଏବେ ଅଧା କିଲୋ ଟମାଟୋ କିଣି ଘରକୁ ନେଉଛନ୍ତି । ବର୍ତ୍ତମାନ ଟମାଟୋ ଦର ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ପରିବା ବିକାଳିଙ୍କୁ ଟମାଟୋ ଚୋରି ହେବାର ଭୟ ଘାରିଛି । ଏମିତି ଏକ ମାମଲା ମଧ୍ୟପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି । ଯେଉଁଠି ପରିବା ବିକାଳି ଟମାଟୋର ସୁରକ୍ଷା ପାଇଁ ସଶସ୍ତ୍ର ସୁରକ୍ଷା ଗାର୍ଡ ମୁତୟନ କରିଛନ୍ତି ।

ଏବେ ପରିବାର ବଜାରରେ ଟମାଟୋର ଦର ପାଖାପାଖି ୧୦୦ ଟଙ୍କା ରହିଛି । ଏଥିପାଇଁ ଟମାଟୋ ପାଇଁ ଆଜିକାଲି ଚୋର ଲାଗିଗଲେଣି । ଦେଶର ଅନେକ ଜାଗାରେ ଏବେ ଟମାଟର ଚୋରି ଘଟଣା ସାମ୍ନାକୁ ଆସୁଛି । ଦୁଇ ଦିନ ପୂର୍ବେ ମୁମ୍ବାଇର ଏକ ପରିବା ମଣ୍ଡିରୁ ୩୦୦ କିଲୋ ଟମାଟର ଚୋରି ହେବାର ଖବର ଆସିଥିଲା । ତେଣୁ ଚୋରି ଭୟରେ ଇନ୍ଦୋର ବେପାରି ସୁରକ୍ଷାକର୍ମୀ ମୃତୟନ କରିଛନ୍ତି । ଉକ୍ତ ଟମାଟୋର ମୂଲ୍ୟ ପାଖାପାଖି ୭୦,୦୦୦ ଟଙ୍କା ଥିଲା । ପୁଲିସ ଏବେ ପର୍ଯ୍ୟନ୍ତ ଟମାଟୋ ଚୋରର ପତ୍ତା ଲଗାଇପାରି ନାହିିଁ ।

                        ସୌଜନ୍ୟ- ହିନ୍ଦୁସ୍ତାନ ଟାଇମ୍ସ